Get Updates
Get notified of breaking news, exclusive insights, and must-see stories!

Elections 2024: ଅନୁଗୁଳ ଉପରେ ବିଶେଷ ଫୋକସ୍, ପ୍ରଚାର କରିବେ ମୋଦୀ-ନବୀନ

Elections 2024: ରାଜ୍ୟ ରାଜନୀତି ଏବେ ବେଶ୍ ସରଗରମ । ଆରମ୍ଭ ହୋଇ ସାରିଛି ନିର୍ବାଚନୀ ପର୍ବ । ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ଚାରିଟି ପର୍ଯ୍ୟାୟରେ ହେବାକୁଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇଛି । ଏହା ପରେ ଆଉ 3 ଟି ପର୍ଯ୍ୟାୟରେ ମତଦାନ ହେବ ।
ଏହାକୁ ନେଇ ଜୋରଦାର କମ୍ପୁଛି ପ୍ରଚାର ମୈଦାନ । ନେତା ଓ କର୍ମୀ ଲୋକଙ୍କ ପାଖକୁ ଯାଇ ନିଜ ନିଜ ଦଳ ପକ୍ଷରେ ଭୋଟ୍ ମାଗୁଛନ୍ତି । ଏହାର ରୋଚକ ସ୍ଥିତି ଦେଖିବାକୁ ମିଳୁଛି ଅନୁଗୁଳ ଜିଲ୍ଲାରେ । ରାଜ୍ୟ ରାଜନୀତିରେ ବେଶ୍ ମହତ୍ୱ ରଖୁଥିବା ଏହି ଜିଲ୍ଲା ଉପରେ ରହିଛି ସମସ୍ତଙ୍କ ନଜର ।

BJD

ଏହି ଜିଲ୍ଲାକୁ ଗୁରୁତ୍ୱର ସହ ଫୋକସ୍‌ କରିଛନ୍ତି ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି । ମେ' ୨୫ରେ ନିର୍ବାତନ ହେବାକୁ ଥିବା ବେଳେ ଜୋରଦାର ହୋଇଛି ପ୍ରଚାର । ଏଥି ମଧ୍ୟରେ ଆସନ୍ତା ୧୫ ଓ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଗସତ୍ କରି ବିଜେଡି ପାଇଁ ପ୍ରଚାର କରିବେ । ଏହା ପରେ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗୁଳ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେ ଏଠାରେ ଏକ ସାଧାରଣ ସଭାରେ ଉଦ୍‌‌ବୋଧନ ଦେ‌ବେ । ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ବିଜେପି ଓ ବିଜେଡି ଶିବିର ଏବେ ଉତ୍ସାହିତ ହୋଇପଡ଼ିଛି ।

ଅନୁଗୁଳ ଜିଲ୍ଲାରେ ୫ଟି ବିଧାନସଭା ସହ ପଡ଼ୋଶୀ ଢେଙ୍କାନାଳର ୪ଟି ବିଧ‌ାନସଭା ଆସନ ଏବେ ବିଜେଡି ହାତରେ ରହିଛି । ଦୁଇ ଜିଲ୍ଲାରେ ବିଜେଡିର ବେଶ୍ ଭଲ ଦବଦବା ରହିଛି । ଏହି ଗଡ଼କୁ ଭାଙ୍ଗିବା ପାଇଁ ବିଜେପି ଏଥର ଜୋରଦାର୍‌ ପ୍ରୟାସ ଚଳାଇଛି । ଏହାର ନେତୃତ୍ୱ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହୋଇଥିଲା ବେଳେ ଅନୁଗୁଳ ଜିଲ୍ଲାର ଦୁଇଟି ବିଧାନସଭା ଆସନ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖରେ ଅନୁଗୁଳରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଛି । ଏଥିରେ ଢେଙ୍କାନାଳ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ବିଜେପି କର୍ମକର୍ତ୍ତା ଓ କର୍ମୀ ଯୋଗଦେବେ । ଏହାସହିତ ସାଧାରଣ ଲୋକ ମଧ୍ୟ ଆସିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଚୂଡ଼ାନ୍ତ ହେବା ପରେ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଜେପି ଭୋଟ୍‌ବ୍ୟାଙ୍କକୁ ମଜଭୁତ କରିବ ବୋଲି ସେମାନେ ଆଶା ରଖିଛନ୍ତି ।
ମୋଦୀ ଲହରରେ ବିଜେଡି ଗଡ଼କୁ ଭାଙ୍ଗିବାକୁ ବିଜେପି ପ୍ରୟାସ କରୁଥିଲା ବେଳେ ଗଡ଼ ହାତଛଡ଼ା କରିବାକୁ ଚାହୁଁନି ବିଜେଡି । ସେଥିପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରିଛି । ଏଥିପାଇଁ ଆସନ୍ତା ସପ୍ତାହରେ ନବୀନ ଏକାଧିକ ଥର ଅନୁଗୁଳ ଗସ୍ତ କରି ଦଳ ପ୍ରଚାରକୁ ଆହୁରି ତୀବ୍ର କରିବେ ।
କାହିଁକି ଅନୁଗୁଳ
ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଅନୁଗୁଳର ଦୁଇ ବିଧାନସଭା ଆଠମଲ୍ଲିକ ଓ ଛେଣ୍ଡିପଦା ଆସୁଥିବାରୁ ଏହା ଉପରେ ଦୁଇ ଦଳର ବିଶେଷ ଫୋକସ୍ ରହିଛି । ସମ୍ବଲପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଭୋଟ୍ ପ୍ରତିଶତ ବଢାଇବା ସହ କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ଥିବା ବେଳେ ସାମ୍ନାରେ ଅଛନ୍ତି ବିଜେପିର ହେଭିୱେଟ୍ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଧର୍ମେନ୍ଦ୍ରଙ୍କ ନିଜ ଜିଲ୍ଲା ହୋଇଥିବା ବେଳେ ଏହି ଆସନରୁ ଭଲ ଭୋଟ୍ ହାତେଇବାକୁ ମଧ୍ୟ ସେ ଲକ୍ଷ୍ୟ ରଖିଛନ୍ତି । ଏହି ଦୁଇ ଆସନର ଭୋଟ୍ ପ୍ରାୟତଃ ସମ୍ବଲପୁର ଲୋକସଭା ଆସନର ନିର୍ଣ୍ଣାୟକ ଭୂମିକା ନେଇପାରେ । ତେଣୁ ଏହି ଆସନକୁ କୌଣସି ଦଳ ଅଣଦେଖା କରିବାକୁ ଚାହୁଁନାହାଁନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+