Assembly election result 2023: ଜାଣନ୍ତୁ ସକାଳ ୧୦ଟା ପର୍ଯ୍ୟନ୍ତର ଟ୍ରେଣ୍ତ, କେଉଁଠି କିଏ ଗଢିବ ସରକାର

Assembly Election Result 2023: ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଗଣନା ଆଜି ସକାଳ 08 ଟାରୁ ଆରମ୍ଭ ହୋଇଛି ଏବଂ ପ୍ରାରମ୍ଭିକ ଧାରା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ସକାଳ 9 ଟା ପର୍ଯ୍ୟନ୍ତ ପ୍ରାରମ୍ଭିକ ଧାରା ଅନୁସାରେ ବିଜେପି ମଧ୍ୟପ୍ରଦେଶର 230 ଟି ଏବଂ ରାଜସ୍ଥାନରେ 199 ଟି ଆସନରେ ଆଗୁଆ ରହିଛି। ଏଥି ସହିତ ତେଲେଙ୍ଗାନାର 119 ଟି ଆସନ ଏବଂ ଛତିଶଗଡର 90 ଟି ଆସନରେ କଂଗ୍ରେସ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବାର ଦେଖିବାର ଦେଖିବା ପାଇଁ ମିଳୁଛି ।

ଦିନ 10 ପର୍ଯ୍ୟନ୍ତର ଟ୍ରେଣ୍ତ ଅନୁସାରେ ବିଜେପି ମଧ୍ୟପ୍ରଦେଶର 230 ଟି ଆସନରେ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। 138 ଟି ଆସନରେ ବିଜେପି ଆଗୁଆ ରହିଥିବା ବେଳେ କଂଗ୍ରେସ 89ଟି ଆସନରେ ଆଗରେ ରହିଛି। ତେବେ ଆଶା କରାଯାଉଛି ମଧ୍ୟପ୍ରଦେଶରେ ପୁଣି ଶିବରାଜ ସିଂ ଚୌହାନ ସରକାର ଫେରିବ ।

Assembly Election Result

ଯଦି ଆମେ ରାଜସ୍ଥାନର 199ଟି ସିଟ୍ ବିଷୟରେ କଥା ହେବା, ତେବେ ଦିନ 09 ଟା ପର୍ଯ୍ୟନ୍ତ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଥିବାର ଦେଖିବା ପାଇଁ ମିଳିଥିଲା । କିନ୍ତୁ, ସକାଳ 10 ଟା ପର୍ଯ୍ୟନ୍ତ ପ୍ରକାଶିତ ଟ୍ରେଣ୍ଡରେ ବିଜେପି 107 ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ 78 ଟି ଆସନରେ ଆଗରେ ଥିଲା ।

ଏଥି ସହିତ ତେଲେଙ୍ଗାନାରେ ଲିଡ୍ କରୁଛି କଂଗ୍ରେସ । କଂଗ୍ରେସ ଦଳ 70 ଟି ଆସନରେ ଆଗୁଆ ରହିଛି। ଏହି ସମୟରେ ଶାସକ ବିଆରଏସ 37 ଟି ଆସନରେ ଆଗରେ ରହିଛି। ହେଲେ ବିଜେପି ମାତ୍ର ୭ଟି ଆସନରେ ଆଗରେ ରହିଛି । ଛତିଶଗଡରେ 9:30 ପର୍ଯ୍ୟନ୍ତ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ଟକର ହେଇଥିବାର ଦେଖିବା ପାଇଁ ମିଳିଥିଲା । ଛତିଶଗଡରେ 47 ଟି ଆସନରେ ବିଜେପି ଆଗୁଆ ରହିଛି। ଏଥି ସହିତ 41 ଟି ଆସନରେ କଂଗ୍ରେସ ଆଗୁଆ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+