ବିଜେଡ଼ି ଗଡ଼ ଭାଙ୍ଗିଦେବେ କି ବିଦ୍ରୋହୀ ! ଖଣ୍ଡପଡ଼ାରେ ବଦଳୁଛି ରାଜନୈତିକ ଚିତ୍ର
Assembly Election 2024: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଚଳଚଞ୍ଚଳ ରାଜ୍ୟ ରାଜନୀତି । ନେତାଙ୍କ ଦଳ ଡିଆଁ ସହ ଟିକେଟ୍ ଅଦଳବଦଳକୁ ନେଇ ତେଜୁଛି ରାଜନୀତି । ଏପରିକି ଅନେକ ଆଶାୟୀ ପ୍ରାର୍ଥୀଙ୍କ ଟିକେଟ୍ କଟିବାରକୁ ନେଇ ଦେଖିବାକୁ ମିଳୁଛି ବିଦ୍ରୋହ । ଟିକେଟ୍ ନ ପାଇ ଆଶାୟୀ ପ୍ରାର୍ଥୀ ଦଳ ଛାଡ଼ିବା ସହ ନିଜ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି ।

ଏଥି ମଧ୍ୟରେ ଚଳିତ ନିର୍ବାଚନରେ ବେଶ୍ ଚର୍ଚ୍ଚାରେ ରହିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଆସନ । ଶାସକ ବିଜେଡ଼ିର ଗଡ଼ ଥିବା ଖଣ୍ଡପଡ଼ାରେ ଆରମ୍ଭ ହୋଇଯାଇଛି ବିଦ୍ରୋହ । ଶାସକ- ବିରୋଧୀ ଦଳକୁ ଛାଡ଼ିଦେଲେ ମେଳିବାନ୍ଧୁଛନ୍ତି ବିଦ୍ରୋହୀ ଗୋଷ୍ଠୀ । ବିଜେଡିରୁ ବହିଷ୍କୃତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ଗୟାଧର ପରିଡ଼ାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ମହାମେଣ୍ଟ । ତିନି ବିଦ୍ରୋହୀ ଏକାଠି ହେବା ସହ ଏହି ଆସନରେ ଲଢେଇକୁ ଆହୁରି ରୋଚକ କରିଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଫଟୋ ସେୟାର କରିଛନ୍ତି ଅନୁଭବ ପଟ୍ଟନାୟକ । ଏଥିରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ଗୟାଧର ପରିଡ଼ାଙ୍କୁ ଦେଖିବାକୁ ମିଳିଛି । ଲେଖାଅଛି, ଖଣ୍ଡପଡା ସ୍ୱାଭିମାନ ପାଇଁ ଲଢ଼େଇ। ମହାମେଣ୍ଟ ବୋଲି ଉଲ୍ଲେଖ କରିଛନ୍ତି ।
ସୌମ୍ୟ ରଞ୍ଜନ ପଟ୍ଟନାୟର ବିଜେଡ଼ିରୁ ବହିଷ୍କୃତ ହେବା ବେଳେ ବିଜେଡ଼ି ସପକ୍ଷରେ ମତ ବାଢିଥିଲେ ଅନୁଭବ ପଟ୍ଟନାୟକ । ଏପରିକି ସେ ଏହି ଆସନରୁ ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ ବିଜେଡ଼ି ତାଙ୍କୁ ଟିକେଟ୍ ନ ଦେବାରୁ ସେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିବା ସହ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଏପରିକି ଅନ୍ୟ ଜଣେ ବିଜେଡ଼ି ଟିକେଟ୍ ଆଶାୟୀ ଗୟାଧର ପରିଡ଼ା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି ।
ଏହା ପରେ ଅନୁଭବଙ୍କ ସୋସିଆଲ୍ ମିଡିଆରେ ପୋଷ୍ଟ ଓ ତିନି ଜଣଙ୍କର ଭେଟଘାଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ତିନି ବିଦ୍ରୋହୀ ଏକ ହୋଇ ଶାସକ ଦଳକୁ ଚେକ୍ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି । ଅନୁଭବ ପଟ୍ଟନାୟକ 2014 ରେ ଖଣ୍ଡପଡାରୁ ବିଧାୟକ ଥିଲେ । 2019 ରେ ତାଙ୍କ ବଦଳରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ସେପଟେ ତୃଣମୂଳସ୍ତରରେ ଜଣେ ସଂଗଠକ ଗୟାଧର ପରିଡା । ପୂର୍ବରୁ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ । ଭାପୁର ବ୍ଳକ୍ ବିଜେଡି ସଭାପତି ଦାୟିତ୍ୱ ସହ ଦଳର ଉପସଭାପତି ଭାବେ କାମ ବି କରିଛନ୍ତି । ଅନ୍ୟପଟେ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଆଗାମୀ ନିର୍ବାଚନ କାର୍ଯ୍ୟପନ୍ଥା ନେଇ କିଛି ସ୍ପଷ୍ଟ କରି ନାହାଁନ୍ତି । ଏଭଳ ସ୍ଥିତିରେ ସୌମ୍ୟ-ଅନୁଭବ ଓ ଗୟାଧରଙ୍କ ଭେଟଘାଟ ଖଣ୍ଡପଡା ରାଜନୀତିକୁ ଉଷ୍ମ କରିଛି ।
ତେବେ ମୋଟ୍ ଉପରେ ଦେଖିହାକୁ ଗଲେ ଖଣ୍ଡପଡ଼ାରେ ଏଥର ଜୋରଦାର ଲଢେଇ ଦେଖିବାକୁ ମିଳିପାରେ । ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ସତ୍ତ୍ୱେ ଅସନ୍ତୋଷ ଏବେ ବି ଚରମରେ ରହିଛି । ପ୍ରାର୍ଥିନୀଙ୍କ ସ୍ୱାମୀଙ୍କ ଅପରାଧିକ କାରନାମା ସମ୍ପର୍କରେ ଖୋଲାଖୋଲି ଗଣମାଧ୍ୟମ ଆଗରେ ବଖାଣିଥିଲେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ଏହା ସହ ଶୀର୍ଷ ନେତୃତ୍ୱଙ୍କ ପ୍ରାର୍ଥୀ ଚୟନ ଉପରେ ବି ପ୍ରଶ୍ନବାଚୀ ଲଗାଇ ସ୍ୱାଧୀନପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି ।
ତେବେ ଖଣ୍ଡପଡ଼ାବାସୀ କାହା ସପକ୍ଷରେ ଯିବେ ତାହା ଦେଖିବାକୁ ବାକି ରହିଲା ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications