ସାଂସଦ ଭାବେ ନିଜ ଦୁଇ ବର୍ଷ କାର୍ଯ୍ୟର ରିପୋର୍ଟ କାର୍ଡ ଦେଲେ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ବରରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ଗତ ଦୁଇ ବର୍ଷରେ ସେ ନିଜ ସଂସଦୀୟ କ୍ଷେତ୍ର ପାଇଁ କଣ କଣ ସବୁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି, ତାହା ଏହି ରିପୋର୍ଟ କାର୍ଡରେ ଉଲ୍ଲେଖ ରହିଛି ।
ଭୁବନେଶ୍ୱର: ସାଂସଦ ଭାବେ ଦୁଇ ବର୍ଷ କାର୍ଯ୍ୟର ରିପୋର୍ଟ କାର୍ଡ ଦେଲେ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ବରରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ଗତ ଦୁଇ ବର୍ଷରେ ସେ ନିଜ ସଂସଦୀୟ କ୍ଷେତ୍ର ପାଇଁ କଣ କଣ ସବୁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି, ତାହା ଏହି ରିପୋର୍ଟ କାର୍ଡରେ ଉଲ୍ଲେଖ ରହିଛି ।

ଭୁବନେଶ୍ୱର ନିର୍ବାଚନ ମଣ୍ଡଳି ଅନ୍ତର୍ଗତରେ NHAIର ୧୧୪ କୋଟି ପ୍ରକଳ୍ପକୁ ଏହି ଭିତରେ ଅନୁମୋଦନ ମିଳିଛି । ଏଥିରେ ହଂସପାଳ ଫ୍ଳାଏଓଭର, ୩ଟି ଭେଇକେଲ୍ ଅଣ୍ଡର ପାସ୍, ୩ଟି ପୋଲ୍ ରହିଛି। ଭୁବନେଶ୍ୱରବାସୀଙ୍କ ଦୀର୍ଘ ଦିନ ଧରି ଦାବିକୁ ପୂରଣ କରିବାକୁ ପଦକ୍ଷେପ ନିଆଯାଇଛି ବୋଲି ସେ ତାଙ୍କ ରିପୋର୍ଟ କାର୍ଡରେ ଉଲ୍ଲଖ କରିଛନ୍ତି ।
ଲମ୍ବା ସମୟ ଧରି ପଡ଼ି ରହିଥିବା ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ଡ୍ରେନ୍, କଲଭର୍ଟ, କେନାଲର ନିର୍ମାଣ ପାଇଁ ୫୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଅପରାଜିତା କହିଛନ୍ତି । ସେହିଭଳି ଗତ ବର୍ଷକ ଭିତରେ ୨ ହଜାର ୧୫୦ ଜଣଙ୍କ ଅଭିଯୋଗ ଶୁଣାଣି ହୋଇ ୨୧୦୬ଟି ଅଭିଯୋଗର ଫୈସଲା ହୋଇଛି । କେହି ବି ତାଙ୍କୁ ଅଭିଯୋଗ ଦେଲେ ଏହାର ସମାଧାନ କରିବାକୁ ଚେଷ୍ଟା କରାଯାଉଛି ।
ଏପରି ଅଭିଯୋଗ ଶୁଣାଣି ବ୍ୟବସ୍ଥା ସବୁ ସରକାରୀ ଅଫିସରେ ରହିବା ଜରୁରୀ ବୋଲି ସେ କହିଛନ୍ତି । PM ରିଲିଫ୍ ଫଣ୍ଡ ଦ୍ୱାରା ୨୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଲୋକଙ୍କୁ କରାଯାଇଛି। ଲୋକସଭାରେ ୭ଟି ବିତର୍କରେ ୩୭ଟି ପ୍ରଶ୍ନ ଉପସ୍ଥାପନ କରି ଭୁବନେଶ୍ୱର ଲୋକସଭା କ୍ଷେତ୍ର ଲୋକଙ୍କ ପ୍ରସଙ୍ଗ ଉଠାଯାଇଛି । କେନ୍ଦ୍ର ସରକାରଙ୍କ ପାଖରେ ଲୋକଙ୍କ ବିକାଶ ଓ ଦାବିକୁ ସେ ଉଠାଇଛନ୍ତି । କେନ୍ଦ୍ର ସରକାର ରାଜ୍ୟର ସହାୟତା ପାଇଁ ସବୁବେଳେ ତର୍ପର ଥିବା ଆଜି ଏକ ପ୍ରେସମିଟ୍ରେ ଅପରାଜିତା କହିଛନ୍ତି। ତାଙ୍କ ରିପୋର୍ଟ କାର୍ଡର ଏକ ପୁସ୍ତିକା ସେ ଏହି ଅବସରରେ ଉନ୍ମୋଚନ କରିଛନ୍ତି।












Click it and Unblock the Notifications