ମିଥ୍ୟା ତଥ୍ୟ ଦେଇ ଓଡିଶାବାସୀଙ୍କୁ ଭୂଆଁ ବନାଉଛନ୍ତି ଅପରାଜିତା: ମାନସ ମଙ୍ଗରାଜ
ଲିଙ୍ଗରାଜ ମନ୍ଦିର ବାଇ-ଲ ଚିଠାକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା କରିଥିବା ପ୍ରେସମିଟର ଏମିତି କିଛି ଜବାବ ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ।
ଭୁବନେଶ୍ବର: ମିଛ କହୁଛନ୍ତି ଅପରାଜିତା । ମିଥ୍ୟା ତଥ୍ୟ ଦେଇ ଓଡିଶାବାସୀଙ୍କୁ ଭୂଆଁ ବନାଉଛନ୍ତି ଅପରାଜିତା । ଲିଙ୍ଗରାଜ ମନ୍ଦିର ବାଇ-ଲ ଚିଠାକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କରିଥିବା ପ୍ରେସମିଟର ଏମିତି କିଛି ଜବାବ ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ।
ଆଜି ଏହି ପ୍ରସଙ୍ଗରେ ଟ୍ବିଟ କରି ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ଭୁବନେଶ୍ବର ସାଂସଦ ଅପରାଜିତା ଲିଙ୍ଗରାଜ ମନ୍ଦିର ଐତିହ୍ୟ ବାଇ-ଲ ଚିଠା କୁ ନେଇ ମିଛ କହୁଛନ୍ତି । ଏନ୍ଏମର ପ୍ରସ୍ତାବିତ ବାଇ-ଲ' ନାଁରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଏକାମ୍ରରେ ଅସନ୍ତୋଷ କୁହୁଳୁଥିବା ବେଳେ ମିଛ କୁହେଳିକା ସୃଷ୍ଟି କରୁଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ବାଇ-ଲ' ନାଁରେ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ପ୍ରୟାସ । କାହିଁକି ସିଧା ପ୍ରଶ୍ନର ଉତ୍ତରରେ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଐତିହ୍ୟ ଚିଠା ବାଇ-ଲ' ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ କିଏ ? ସିଧା ପ୍ରଶ୍ନର ବଙ୍କା ଉତ୍ତର ଦେଇ, ରାଜ୍ୟବାସୀଙ୍କ ଆଖିରେ ଧୂଳି ଦେବାକୁ ପ୍ରୟାସ କରୁଛନ୍ତି ଅପରାଜିତା । ପ୍ରସ୍ତାବିତ ବାଇ-ଲ' ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ।
@AprajitaSarangi Ji, its better you read AMSAR Act & answer my question, “Who is the competent authority for drafting heritage By-laws as per Section-20 E of AMSAR Act which will affect the Ekamrakshetra"? Don’t try to fool the people of Odisha by resorting to falsehood. pic.twitter.com/QCdHUSJmaF
— Manas Mangaraj (@ManasMangaraj6) February 17, 2021
ମାନସ ମଙ୍ଗରାଜ କହିଛନ୍ତି ଯେ 'ମୁଁ ଆପଣଙ୍କ ଭଳି ଜଣେ ଆଇଏଏସ୍ ଅଫିସର ନୁହେଁ। ମୁଁ ଆପଣଙ୍କ ଭଳି କୌଣସି ଗବେଷଣା କରିନାହିଁ। କିନ୍ତୁ ମୁଁ ଜାଣିଛି ଯେ କୌଣସି ବ୍ୟକ୍ତି ୫ ମିନିଟ୍ରେ ଏହା ପଢି ଜାଣିପାରିବ ଯେ ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତା ଠାରେ ଥିବା ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି Ancient Monuments and Archaeological Sites and Remains Act, 1958 (AMSAR Act)e Section-20 E ଅନୁଯାୟୀ ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ।












Click it and Unblock the Notifications