ବିଜେପିରେ ସାମିଲ ହେଲେ 'ଅନୁପମା' ଫେମ୍ ରୂପା ଗାଙ୍ଗୁଲି
Rupali Ganguly Join BJP: ଲୋକପ୍ରିୟ ଟିଭି ସିରିଏଲ୍ 'ଅନୁପମା' ଫେମ୍ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ବୁଧବାର ଦିନ ଅର୍ଥାତ୍ ମେ ୧ ତାରିଖରେ ବିଜେପିରେ ସାମିଲ ହୋଇଛନ୍ତି । ଦୀର୍ଘଦିନ ହେବ ଟେଲିଭିଜନ ଜଗତରେ ରାଜ୍ କରିବା ପରେ ବର୍ତ୍ତମାନ ସେ ରାଜନୀତିରେ ପାଦ ରଖିଛନ୍ତି ।
#WATCH | Actress Rupali Ganguly joins BJP at the party headquarters in Delhi. pic.twitter.com/CjRafwFd3W
— ANI (@ANI) May 1, 2024
ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ବିନୋଦ ତାୱଡେ ଏବଂ ଅନୀଲ ବଲୁନିଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ସେହିପରି ମରଠି ଚଳଚ୍ଚିତ୍ର ନିର୍ଦ୍ଦେଶକ ଅମୟ ଯୋଶୀ ମଧ୍ୟ ବିଜେପିରେ ମିଶିଛନ୍ତି ।

ବିଜେପିରେ ଯୋଗଦେବା ପରେ ଅନୁପମା ଷ୍ଟାର କହିଛନ୍ତି, ମୁଁ ଏଠି ଥିବାରୁ ନିଜକୁ ଖୁବ ଗର୍ବ ଅନୁଭବ କରୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ ବହୁତ ପ୍ରଭାବିତ କରିଛନ୍ତି। ମୁଁ ପିଏମ ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ। ବିଜେପି ବହୁତ ଭଲ କାମ କରୁଛି ଏବଂ ସେଥିପାଇଁ ମୁଁ ବିଜେପିରେ ଯୋଗଦେବାକୁ ଚାହୁଁଥିଲି। ବିକାଶର ଏହି ମହାଯଜ୍ଞକୁ ଦେଖିଲି, ସେତେବେଳେ ଅନୁଭବ କଲି ମୋତେ ଏଥିରେ ଭାଗ ନେବା ଉତିତ୍ । ମୋତେ ଆପଣ ସମସ୍ତଙ୍କ ଆଶୀର୍ବାଦ ଏବଂ ସମର୍ଥନ ଆବଶ୍ୟକ ।
#WATCH | Actress Rupali Ganguly joins BJP at the party headquarters in Delhi
She says, "...When I see this 'Mahayagya' of development, I feel that I should also take part in this...I need your blessings and support so that whatever I do, I do it right and good...'' pic.twitter.com/x7pT7oq0xB
— ANI (@ANI) May 1, 2024
ସୂଚନାଥାଉ ଯେ, ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ବର୍ତ୍ତମାନ ଟିଭି ଇଣ୍ତଷ୍ଟ୍ରିର ଜଣେ ଫେମସ୍ ଅଭିନେତ୍ରୀ ସେ ଲୋକପ୍ରିୟ ଚଳଚ୍ଚିତ୍ର ଅନୁପମା ଜରିଆରେ ଟେଲିଭିଜନ ଇଣ୍ତଷ୍ଟ୍ରିରେ ରାଜ କରୁଛନ୍ତି । ଆଜିକା ତାରିଖରେ ସେ ଘରେ ଘରେ ଏକ ପରିଚିତ ଚେହେରା । ତାଙ୍କ ଅଭିନୟ ପ୍ରଶଂସକଙ୍କ ମନ ଜିଣିବାରେ ସଫଳ ହୋଇଛି । ତେବେ ଏହି ସିରିଏଲ ଜରିଆରେ ରୁପାଲିଙ୍କ ଲୋକପ୍ରିୟତା ମଧ୍ୟ ଖୁବ୍ ଅଧିକ ବଢି ଯାଇଛି । ଇନଷ୍ଟଗ୍ରାମରେ ତାଙ୍କର ୨୦ ଲକ୍ଷରୁ ଅଧିକ ଫଲୋର୍ସ ରହିଛନ୍ତି ।












Click it and Unblock the Notifications