Get Updates
Get notified of breaking news, exclusive insights, and must-see stories!

ରାମ ମନ୍ଦିର ନିର୍ମାଣ ପରେ ମଧ୍ୟ ହାରିଲା ବିଜେପି: ଅଭିନେତା ଅନୁପମ କହିଲେ, ପରିଶ୍ରମି ଲୋକଙ୍କୁ ଅଧିକ କଷ୍ଟ ସହିବା ପାଇଁ ପଡେ

Anupam Kher Cryptic Post: ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି । ଏଥର ନିର୍ବାଚନରେ ​​ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ୟୁପିରେ ବିଜେପି ଜିତିବ ବୋଲି ଆଶା କରାଯାଉଥିଲା, କିନ୍ତୁ ଏହି ରାଜ୍ୟରେ ଚିତ୍ର ସମ୍ପୁର୍ଣ୍ଣ ବଦଳିଯାଇଛି । ୟୁପିର ରେଜଲ୍ଟ ସାରେ ଦେଶକୁ ଆଶ୍ଚର୍ଯ୍ୟ କରିଛି । ବିଶେଷ କରି ଅଯୋଧ୍ୟାରେ ବିଜେପିର ପରାଜୟକୁ କେହି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ।

Anupam Kher

ରାମ ମନ୍ଦିର ନିର୍ମାଣ ପରେ ମଧ୍ୟ ବିଜେପି ଏହି ଆସନରୁ ଜିତି ପାରିନାହିଁ । ବିଜେପି ପରିବର୍ତ୍ତେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଅଯୋଧ୍ୟାରୁ ବିଜୟୀ ହୋଇଛି । ଏଭଳି ନିର୍ବାଚନ ଫଳାଫଳ ଦେଖିବା ପରେ ବଲିଉଡ ଅଭିନେତା ଅନୁପମ ଖେର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ବେଶ୍ ଚର୍ଚ୍ଚା ହେଉଛି ।

ଅନୁପମ ଖେର ଏହି ପୋଷ୍ଟରେ କାହାର ନାଁ ଉଲ୍ଲେଖ କରି ନାହାଁନ୍ତି ହେଲେ ତାଙ୍କର ଅସନ୍ତୋଷ ସ୍ପଷ୍ଟ ଦେଖାଯାଉଛି। ଅଭିନେତା ଲେଖିଛନ୍ତି- 'ବେଳେବେଳେ ମୁଁ ଭାବୁଛି ଯେ ଜଣେ ସଚ୍ଚୋଟ ବ୍ୟକ୍ତି ଅତ୍ୟଧିକ ସଚ୍ଚୋଟ ହେବା ଉଚିତ ନୁହେଁ। ଜଙ୍ଗଲରେ, କେବଳ ସିଧା ସଳଖ ଗଛ ପ୍ରଥମେ କାଟି ଦିଆଯାଏ ।

ସଚ୍ଚୋଟ ବ୍ୟକ୍ତିକୁ ଅଧିକ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ହେଲେ ସେ ନିଜ ଗୁଣ ଅର୍ଥାତ୍ ସଚ୍ଚୋଟତା ଛାଡନ୍ତି ନଥାଏ । ସେଥିପାଇଁ ସେ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣା ଉତ୍ସ ପାଲଟିଥାଏ । ବିଜୟୀ ହୁଅ...ଏହି ପୋଷ୍ଟ ସେୟାର କରିବାସହ ଅନୁପମ ଖେର 'ସତ୍ୟ' ମଧ୍ୟ ଲେଖିଛନ୍ତି ।

ଅନ୍ୟପକ୍ଷରେ କଙ୍ଗନା ରଣାୱତ ହିମାଚଳ ପ୍ରଦେଶର ମଣ୍ଡିରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କଙ୍ଗନା ମଣ୍ତି ଆସନରୁ ବିଜୟ ଲାଭ କରିଛନ୍ତି । ଅନୁପମ ଖେର ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। କଙ୍ଗନାଙ୍କ ଫଟୋ ଏବଂ ଭିଡିଓ ସେୟାର ସେ ଶୁଭେଚ୍ଛା ଜଣାଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+