Get Updates
Get notified of breaking news, exclusive insights, and must-see stories!

ଦଳ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ଏମ୍‌ଏ ଖାନ

ଆଉ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା। ପୂର୍ବରୁ ବରିଷ୍ଠ ନେତା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲମ ନବୀ ଆଜାଦ କଂଗ୍ରେସ ଛାଡ଼ିଥିଲେ।ତେଲେଙ୍ଗାନାର ପୂର୍ବତନ ରାଜ୍ୟସଭା ସାଂସଦ ଏମ୍ଏ ଖାନ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି।

ହାଇଦ୍ରାବାଦ: ଆଉ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା। ପୂର୍ବରୁ ବରିଷ୍ଠ ନେତା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲମ ନବୀ ଆଜାଦ କଂଗ୍ରେସ ଛାଡ଼ିଥିଲେ।ତେଲେଙ୍ଗାନାର ପୂର୍ବତନ ରାଜ୍ୟସଭା ସାଂସଦ ଏମ୍ଏ ଖାନ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ତାଙ୍କ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିବା ସହ ଦଳର ଅସଫଳତାକୁ ଦର୍ଶାଇଛନ୍ତି। ଛାତ୍ର ରାଜନୀତିରୁ ଦୀର୍ଘ 40 ବର୍ଷ ଧରି ସେ କଂଗ୍ରେସ ସହ ଜଡ଼ିତ ଥିଲେ। ସୋନିଆ ଗାନ୍ଧୀଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଲେଖିଛନ୍ତି "କଂଗ୍ରେସ ଲୋକଙ୍କୁ ବୁଝାଇ ପାରିଲା ନାହିଁ ଯେ ସେ ତାର ପୂର୍ବ ଗରିମାକୁ ଫେରାଇ ଆଣିବ ଓ କ୍ଷମାତାକୁ ଫେରି ଦେଶକୁ ଆଗକୁ ନେବ। "

congress
ଖାନଙ୍କ କହିବା ଅନୁସାରେ, ଏବେ ତାଙ୍କର ଚିନ୍ତାଧାରା ବ୍ଲକ ଲେବଲ ଠାରୁ ଆରମ୍ଭ କରି ବୁଥ୍ ଲେବଲ ପର୍ଯ୍ୟନ୍ତ ଦଳର କୌଣସି ସଦସ୍ୟ ସହିତ ମେଳ ଖାଉନାହିଁ। ରାହୁଲ ଗାନ୍ଧୀ ଦଳ ଅଧ୍ୟକ୍ଷ ପଦ ହେବା ପରେ କଂଗ୍ରେସର ଅବନତି ହୋଇଛି। ଦଳର ଅପରାଗତା ଦର୍ଶାଇ ସେ ସୋନିଆଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସେ ଲେଖିଛନ୍ତି "ବରିଷ୍ଠ ନେତାମାନଙ୍କୁ ଇସ୍ତଫା ଦେବାକୁ ଏକପ୍ରକାର ବାଧ୍ୟ କରାଯାଉଛି। କାରଣ ଦଳର ଶୀର୍ଷ ନେତୃତ୍ୱ ତୃଣମୁଳ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ପୁଣିଥରେ ସକ୍ରିୟ କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଦଳ ପୁଣିଥରେ ପଣ୍ଡିତ ନେହେରୁ, ଇନ୍ଦିରା ଗାନ୍ଧୀ ଜୀ, ସଞ୍ଜୟ ଗାନ୍ଧୀ ଜୀ, ଏବଂ ରାଜିଭୀ ଗାନ୍ଧୀ ଜୀଙ୍କ ଭଳି ଦେଶର ସେବା କରିବା ପାଇଁ ଲୋକଙ୍କୁ ବୁଝାଇପାରୁନି। ଏଭଳି ପରିସ୍ଥିତିରେ ଦଳ ନା ଛାଡ଼ିବା ନେଇ ମୋ ପାଖରେ ଆଉ କୌଣସି ବିକଳ୍ପ ନାହିଁ।"

ନିକଟରେ ବରିଷ୍ଠ ନେତା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲମ ନବୀ ଆଜାଦ କଂଗ୍ରେସ ଛାଡ଼ିଥିଲେ। ସେ ବି ଦଳ ଅବନତୀ ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଥିଲେ। ସୋନିଆ ନାମକୁ ମାତ୍ର। ରାହୁଲ ଗାନ୍ଧୀ, ତାଙ୍କ ସୁରକ୍ଷାକର୍ମୀ ଓ ବ୍ୟକ୍ତିଗତ ସହାୟକ ଦଳର ନିଷ୍ପତ୍ତି ନେଉଛନ୍ତି। ଅନଭିଜ୍ଞ ଚାଟୁକାରମାନଙ୍କୁ ନେଇ ଦଳ ଚାଲିଛି ବୋଲି ସେ ଅଭିଯୋଗ କରିଥିଲେ। ଆଜାଦଙ୍କ ପୂର୍ବରୁ କପିଲ ଶିବଲ, ଜିମି ଶେରଗିଲ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଅନେକ ବରିଷ୍ଠ ନେତା କଂଗ୍ରେସ ଛାଡ଼ି ସାରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+