ମୋକିମଙ୍କ ସହ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସର ଆଉ ଜଣେ ବିଧାୟକ: ମୋହନ୍ ମାଝି
ବଢୁଛି କ୍ରସ ଭୋଟିଂ ସସପେନ୍ସ । ସଦ୍ୟ ସମାପ୍ତ ରାଷ୍ଟ୍ରପତି ନିର୍ବାଚନରେ ମହମ୍ମଦ ମୋକିମ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ଘଟଣାରେ ଆଉ ଟିକେ ଟ୍ବିଷ୍ଟ୍ ଆସିଛି ।
ଭୁବନେଶ୍ବର: ବଢୁଛି କ୍ରସ ଭୋଟିଂ ସସପେନ୍ସ । ସଦ୍ୟ ସମାପ୍ତ ରାଷ୍ଟ୍ରପତି ନିର୍ବାଚନରେ ମହମ୍ମଦ ମୋକିମ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ଘଟଣାରେ ଆଉ ଟିକେ ଟ୍ବିଷ୍ଟ୍ ଆସିଛି । କାରଣ ଦ୍ରୌପଦୀ ମୁମୁଙ୍କୁ ୨ ଜଣ କଂଗ୍ରେସ ବିଧାୟକ ମଧ୍ୟ ଭୋଟ ଦେଇଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ୍ ମାଝି ।

ସେ କହିଛନ୍ତି, କେବଳ କଟକ ବିଧାୟକ ମହମ୍ମଦ ମୋକିମ୍ ନୁହଁନ୍ତି, ବରଂ ଦ୍ରୌପଦୀଙ୍କୁ ମୋକିମଙ୍କ ସହିତ ଆଉ ଜଣେ କଂଗ୍ରେସ ବିଧାୟକ ମଧ୍ୟ ଭୋଟ୍ ଦେଇଛନ୍ତି । ଯାହାକି ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ବୋଲି ମୋହନ ମାଝି କହିଛନ୍ତି ।
ସୂଚନାଥାଉ କି, ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ହେବ । ଜୁଲାଇ ୨୫ ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ଏଥି ପାଇଁ ଜୁଲାଇ ୧୮ ତାରିଖରେ ଭୋଟିଂ ଶେଷ ହୋଇଛି । ବିଜେପି ନେତୃତ୍ବରେ ପରିଚାଳିତ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି ଓଡିଶାର ବିଜେଡି ବିଧାୟକ ଓ ସାଂସଦ।
ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି । ଗୋଟିଏ ପଟେ ମାଟିର ଝିଅକୁ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ସମର୍ଥନ ଦେଇଥିବାବେଳେ, କଂଗ୍ରେସ ବିଧାୟକ ହୋଇ ମଧ୍ୟ ମହମ୍ମଦ ମୋକିମ୍ ଦ୍ରୌପଦୀଙ୍କୁ ଭୋଟ୍ ଦେଇଥିଲେ । ଏହାକୁ ନେଇ କଂଗ୍ରେସ ଶିବିରରେ ମଧ୍ୟ କମ୍ପନ ସୃଷ୍ଟି ହୋଇଥିଲା । ମାଟିର ଝିଅଙ୍କୁ ଭୋଟ୍ ଦେଇ କିଛି ଭୁଲ କରିନି ବୋଲି କହିଥିଲେ ମୋକିମ । ଏହାପରେ ମୋକିମ ବିଜେଡିରେ ମିଶାବା ନେଇ ଚର୍ଚ୍ଚା ଜୋର ଧରିଛି ।
ସେହିପରି ଗତକାଲି କଟକ ବାରବାଟୀ ବିଧାୟକଙ୍କୁ ୨୦୨୪ରେ ସେ କଂଗ୍ରେସ ଦଳରୁ ନିର୍ବାଚନ ଲଢିବେ କି ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା । ଆଉ ଯାହାର ଉତ୍ତରରେ ଏକ ଘରୋଇ ଟିଭି ଚ୍ୟାନେଲରେ ମୋକିମ୍ କହିଥିଲେ, ସେ ଭବିଷ୍ୟବାଣୀ କରିବାକୁ ଚାହାଁନ୍ତି ନାହିଁ । କିନ୍ତୁ ଯଦି ୨୦୨୪ରେ କଂଗ୍ରେସ ଦଳ ଥାଏ ତେବେ ସେ ଲଢିବେ ।












Click it and Unblock the Notifications