ବିଜେଡିର ବାର୍ଷିକ ଅଡିଟ ରିପୋର୍ଟ: ଏତିକି ଆୟ କରିଛି ଦଳ, ଆଉ ଏତିକି କରିଛି ଖର୍ଚ୍ଚ
Annual Audit Report of BJD: ୨୦୨୨-୨୩ରେ ବିଜେଡିର ସମୁଦାୟ ଆୟ ୧୮୧ କୋଟି ୫ ଲକ୍ଷ ୩୧ ହଜାର ୬୧୯ ଟଙ୍କା ରହିଛି । ସେହିପରି ୨୦୨୨-୨୩ରେ ଖର୍ଚ୍ଚ ରହିଛି ୯ କୋଟି ୯୮ ଲକ୍ଷ ୭୬ ହଜାର ୩୨୩ ଟଙ୍କା । ୨୦୨୧-୨୨ରେ ଆୟ ୩୦୭ କୋଟି ୨୮ ଲକ୍ଷ ୮୬ ହଜାର ୫୫୧ ଟଙ୍କା ଥିଲା । ସେହିଭଳି ୨୦୨୧-୨୨ରେ ବିଜେଡିର ଖର୍ଚ୍ଚ ପରିମାଣ ୨୮ କୋଟି ୬୩ ଲକ୍ଷ ୩ ହଜାର ୧୮୫ ଟଙ୍କା ଥିଲା ।
ବିଜେଡିର ବର୍ତ୍ତମାନ ସଂପତ୍ତି ୫୯୮ କୋଟି ୩୧ ଲକ୍ଷ ୧୪ ହଜାର ୩୪୮ ଟଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି । ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ବିଜେଡିର କରେଣ୍ଟ ଆସେଟ୍ସରେ ବୃଦ୍ଧି ହୋଇଛି ।୨୦୨୧-୨୨ରେ ବିଜେଡିର କରେଣ୍ଟ ଆସେଟ୍ସ ୪୫୪ କୋଟି ୫୮ ଲକ୍ଷ ୬୦ ହଜାର ୧୮୮ ରହିଥିଲା ବୋଲି ଅଡିଟ୍ ରିପୋର୍ଟରେ ଉଲ୍ଲେଖ ରହିଛି ।
ବିଜେଡି ଦ୍ବାରା ଭାରତୀୟ ନିର୍ବାଚନ ଆୟୋଗରେ ଦାଖଲ କରାଯାଇଥିବା ବାର୍ଷିକ ଅଡିଟ୍ ରିପୋର୍ଟ ୨୦୨୨-୨୩ରେ ଏହି ତଥ୍ୟ ଉଲ୍ଲେଖ ରହିଛି ।

ବିଜେଡି ଦ୍ବାରା ଯେଉଁ ତଥ୍ୟ ପ୍ରଦାନ କରାଯାଇଛି ସେଥିରେ ବିଭିନ୍ନ ସୂତ୍ର ଜରିଆରେ ୨୦୨୨-୨୩ରେ ୧୫୨ କୋଟି ଟଙ୍କା ଏବଂ ଅନ୍ୟ ଆୟ ଅନ୍ତର୍ଗତ ୨୯ କୋଟି ୫ ଲକ୍ଷ ୩୧ ହଜାର ୬୧୯ ଟଙ୍କା ହାସଲ କରାଯାଇଥିବା ଉଲ୍ଲେଖ ରହିଛି । ଅନ୍ୟପକ୍ଷେ, ୨୦୨୧-୨୨ରେ ବିଜେଡିକୁ ୨୯୧ କୋଟି ଟଙ୍କା ମିଳିଥିଲା ବୋଲି ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି ।
ରିପୋର୍ଟରେ ଖର୍ଚ୍ଚକୁ ନେଇ ଯେଉଁ ତଥ୍ୟ ଦିଆଯାଇଛି, ସେଥିରେ ନିର୍ବାଚନୀ ଖର୍ଚ୍ଚ (ବ୍ରଜରାଜନଗର, ଧାମନଗର, ପଦ୍ମପୁର ଉପନିର୍ବାଚନ ଆଦି) ବାବଦରେ ୨୮ କୋଟି ୪ ଲକ୍ଷ ୫୧ ହଜାର ୬୨୧ ଟଙ୍କା, ପ୍ରଶାସନିକ ଓ ସାଧାରଣ ଖର୍ଚ୍ଚ ବାବଦରେ ୨୫ ଲକ୍ଷ ୭୫ ହଜାର ୬୧୦ ଟଙ୍କା, କର୍ମଚାରୀଙ୍କ ଖର୍ଚ୍ଚ ବାବଦରେ ୬୮ ଲକ୍ଷ ୮୩ ହଜାର ୫୦୦ ଟଙ୍କା ଏବଂ ଅନ୍ୟ ବାବଦରେ ୬ କୋଟି ୨ ଲକ୍ଷ ୨୫ ହଜାର ୭୮୪ ଟଙ୍କା ବ୍ୟୟ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି ।












Click it and Unblock the Notifications