ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର; କହିଲେ, ସମୟ ଥାଉ ଥାଉ...
ଆନ୍ଧ୍ର-ଓଡିଶା ସୀମା ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ କରି ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ।
ଭୁବନେଶ୍ବର: ଆନ୍ଧ୍ର-ଓଡିଶା ସୀମା ବିବାଦ ଏବେ ଚରମ ସୀମାରେ ପହଞ୍ଚଛି । ଇତିମଧ୍ୟରେ ଗତକାଲି ଓଡିଶା ସୀମାନ୍ତ କୋଟିଆରେ ପଞ୍ଚାୟତ ନିର୍ବାଚନ କରିଛନ୍ତି ଆନ୍ଧ୍ର ସରକାର । ଆଉ ଯେଉଁଠି ଭୋଟ ଦେଇଛନ୍ତି କୋଟିଆବାସୀ । ତେବେ ଏହି ସୀମା ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ କରି ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ।

ରାଜ୍ୟର ଭୌଗୋଳିକ ସୀମାକୁ ସୁରକ୍ଷିତ କରିବା ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଟ୍ୱିଟ କରି ସେ ଲେଖିଛନ୍ତି, "ଆମ ରାଜ୍ୟର ଭୌଗଳିକ ସୀମାକୁ ସୁରକ୍ଷିତ କରିବା ଏବଂ ସୀମାନ୍ତ ଅଞ୍ଚଳରେ ରହୁଥିବା ଆମର ଭାଇ ଭଉଣୀ ମାନଙ୍କୁ ଓଡ଼ିଶା ସହ ଯୋଡ଼ି ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ।"

ସେହିପରି ଗତକାଲି କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆଉ ଏକ ଟ୍ବିଟ କରି ଲେଖିଛନ୍ତି, "ଗତକାଲି ଆନ୍ଧ୍ର ଓଡ଼ିଶା ଭୌଗଳିକ ସୀମାରେ ପଶି କୋରାପୁଟ ଜିଲ୍ଲା ହେଉ ଅଥବା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଓଡ଼ିଶାର ଲୋକମାନଙ୍କୁ ସେ ରାଜ୍ୟର ପଞ୍ଚାୟତ ନିର୍ବାଚନରେ ସାମିଲ କରିବା ପାଇଁ ଉଦ୍ୟମ କରିବା ଖବର ଅତ୍ୟନ୍ତ ଚିନ୍ତାର ବିଷୟ ।"

ସମୟ ଥାଉ ଥାଉ ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷପ ନିଅନ୍ତୁ ବୋଲି କହି ସରକରଙ୍କୁ ସିଧା ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଲେଖିଛନ୍ତି, "ଆନ୍ଧ୍ର ହେଉ ଅଥବା ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟ ମାନଙ୍କ ସହ ଆମର ସୀମା ବିବାଦ ଅନେକ ସମୟରେ ତିକ୍ତତା ସୃଷ୍ଟି କରୁଛି । ସମୟ ଥାଉ ଥାଉ ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ସିଏମଓ ଓଡିଶା ଉପଯୁକ୍ତ ପଦକ୍ଷେପ ନ ନେଲେ ହୁଏତ ଆମକୁ ଆହୁରି ଖରାପ ସମୟର ସାମ୍ନା କରିବାକୁ ପଡ଼ିପାରେ ।"
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications