କୋଟିଆରେ ପଶିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ
କୋଟିଆରେ ପଶିଲେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରା । ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ବୁଝାଇଛନ୍ତି ।

କୋରାପୁଟ: କୋଟିଆରେ ପଶିଲେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରା । ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ବୁଝାଇଛନ୍ତି । ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ କିପରି କାର୍ଯ୍ୟକାରିତା କରୁଛି ତାହାକୁ ନେଇ ସମୀକ୍ଷା କରୁଛନ୍ତି ।
ସୂଚନା ଅନୁସାରେ, କୋଟିଆ ପଞ୍ଚାୟତର ସୀମାନ୍ତ ଧୁଳିପଦର ଗାଁରେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରା ନିଜର ସମର୍ଥକ ଓ କିଛି ସରକାରୀ କର୍ମଚାରୀଙ୍କୁ ଧରି ଗାଁରେ ପହଞ୍ଚି ଥିଲେ । ଉପ ମୁଖ୍ୟମନ୍ତ୍ରୀଙ୍କୁ ଗାଁ ଲୋକେ ଭବ୍ୟ ସ୍ୱାଗତ କରିଥିଲେ। ପରେ ସେଠାରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ ପିଡିକା ରାଜନ୍ନା ଦୋରା। ଆନ୍ଧ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଗାଁ ଲୋକଙ୍କୁ ବୁଝାଇଥିଲେ । ଆଗାମୀ ଦିନରେ ରାଜ୍ୟ ସରକାର ଆହୁରି ଭଲ ଭଲ ଯୋଜନା ସୀମାନ୍ତରେ ବସବାସ କରୁଥିବା ଗରିବ ଓ ଖଟିଖିଆଙ୍କ ପାଇଁ କରୁଥିବା ସେ ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ଉଲ୍ଲେଖ ଥାଉ କି ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆକୁ ଆସି ଲୋକଙ୍କୁ ଆନ୍ଧ୍ରର ଯୋଜନା ବାବଦରେ ବୁଝାଇଥିଲେ । ତେବେ ଆଜି ପୁଣି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ଉପରୋକ୍ତ ଗ୍ରାମବାସୀଙ୍କୁ ନେଇ ଆନ୍ଧ୍ର କରିଥିବା ଯୋଜନାର ସମୀକ୍ଷା କରିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । କେବଳ ଉପମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ଅନ୍ୟ ଅଧିକାରୀମାନେ ମଧ୍ୟ କୋଟିଆକୁ ଆସି ଏହା ଆନ୍ଧ୍ରପ୍ରଦେଶର ବୋଲି ଦାବି କରି ଆସୁଛନ୍ତି ।
-
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା .....












Click it and Unblock the Notifications