For Quick Alerts
Turn On Notification  
For Daily Alerts
Oneindia App Download

ଆସନ୍ତା ୯ରେ ନବୀନ-ଜଗନଙ୍କ ଭେଟ-ଘାଟ୍, ସୀମା ବିବାଦ ଉପରେ ହେବ ଆଲୋଚନା

ଆସନ୍ତା ୯ ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ଆଲୋଚନା କରିବେ ।

|

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ । ଏହି ଗସ୍ତ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟ ପାଇଁ ଗୁରୁତ୍ୱ ବହନ କରୁଛି । ୯ ବର୍ତ୍ତମାନ ପରିପ୍ରେକ୍ଷୀରେ ଅନେକ ଜିଲ୍ଲାରେ ଦୁଇ ରାଜ୍ୟକୁ ନେଇ ଉଠୁଥିବା ସୀମା ବିବାଦ ମୁଣ୍ଡ ଟେକିଛି । ଗଜପତିର କୋଟିଆ ଭଳି ଅଞ୍ଚଳରେ ଉବୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିଛି ।

 Andhra Pradesh Chief Minister

ବିଶେଷ କରି ସୀମା ବିବାଦ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । କୋରାପୁଟର କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ରହିଛି । ସୀମାବର୍ତୀ ଗାଁକୁ ନେଇ ଟଣାଓଟରା ଚାଲିଛି । ଏପରିକି ଆନ୍ଧ୍ର ନିଜ ଅଞ୍ଚଳ ଦାବି କରି ପଞ୍ଚାୟତ ନିର୍ବାଚନ ମଧ୍ୟ କରିଛି । ଏହାକୁ ବିରୋଧ କରିଆସୁଛି ଓଡ଼ିଶା । ମାମଲା ମଧ୍ୟ ସୁପ୍ରିମକୋର୍ଟକୁ ଯାଇଛି । ତେବେ ଏ ନେଇ କୌଣସି ସମାଧାନର ରାସ୍ତା ବାହାରି ପାରିନି । ଅନେକ ସମୟରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Andhra Pradesh Chief Minister is coming to Odisha on 9th nov
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X