ଆଜି ସଂଧ୍ୟାରେ ନବୀନ-ଜଗନ ଭେଟଘାଟ୍

ଆଜି (ମଙ୍ଗଳବାର) ଅପରାହ୍ନରେ ଓଡିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନ ମୋହନ ରେଡ୍ଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରିବେ ଉଚ୍ଚସ୍ତରୀୟ ବୈଠକ ।

ଭୁବନେଶ୍ବର: ଆଜି (ମଙ୍ଗଳବାର) ଅପରାହ୍ନରେ ଓଡିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନ ମୋହନ ରେଡ୍ଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରିବେ ଉଚ୍ଚସ୍ତରୀୟ ବୈଠକ । ତାଙ୍କ ସହ ଆନ୍ଧ୍ରର ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆସୁଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର୍‌ରେ ହେବାକୁ ଥିବା ଏହି ବୈଠକରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ତେବେ ଏହି ବୈଠକରେ କୋଟିଆ ଓ ବଂଶଧାରା ନେରାଡି ବ୍ୟାରେଜକୁ ଲାଗି ରହିଥିବା ବିବାଦ ଉପରେ ଆଲୋଚନା ହୋଇପାରେ।

 cm naveen

ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି ଅପରାହ୍ନ ୪ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାଜ୍ୟ ଅତିଥି ଭବନ ଯିବେ। ସେଠାରେ କିଛି ସମୟ ବିଶ୍ରାମ ନେଇ ଲୋକସେବା ଭବନରେ ପହଞ୍ଚିବେ। ବୈଠକ ସରିଲା ପରେ ସେ ସିଧା ବିମାନବନ୍ଦର ଯାଇ ଆନ୍ଧ୍ର ଫେରିଯିବେ। ଶ୍ରୀ ରେଡ୍ଡିଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୋଲିସ୍‌ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

ଆଜିର ବୈଠକ ପାଇଁ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବେଶ୍‌ ଉତ୍ସୁକତା ପ୍ରକାଶ ପାଇଛି। ଏହି ବୈଠକରେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନାହିଁ। ବଂଶଧାରା ନଦୀ ଉପରେ ନିର୍ମାଣ ହେଉଥିବା ନେରେଡି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଓଡ଼ିଶାରୁ ଜମିର ଆବଶ୍ୟକତା, ବିସ୍ଥାପିତଙ୍କୁ ଥଇଥାନ ବ୍ୟବସ୍ଥା ଏବଂ ପ୍ରକଳ୍ପ ହେଲେ ଉପୁଜିବାକୁ ଥିବା ସମସ୍ୟାର କିଭଳି ସମାଧାନ ହୋଇପାରିବ, ସେ ନେଇ ଜଗନ ପ୍ରସ୍ତାବ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତା ସହ ପୋଲାଭରମ୍ ବିବାଦ ମଧ୍ୟ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଥିଲେ ବି ଏ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଥିବାରୁ ଏହା ସ୍ଥାନ ପାଇନପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି।

ସେହିପରି କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସମ୍ପର୍କ ଦିନକୁ ଦିନ ତିକ୍ତ ହେଉଥିଲା ‌ବେଳେ ସେହି ପ୍ରସଙ୍ଗ ବୈଠକରେ ଆଲୋଚନା ହେବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ ଏହି ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ସରକାର ଆଲୋଚନା ପାଇଁ ସେତେଟା ଆଗ୍ରହୀ ନ ଥିବା ଜଣାପଡ଼ିଛି। କିନ୍ତୁ ଓଡ଼ିଶା ସରକାର ଏହି ପ୍ରସଙ୍ଗ ଉଠାଇବାକୁ ରାଜ୍ୟର ସଚେତନ ନାଗରିକ ମହଲ‌ରେ ଦାବି ଉଠିଛି।

୧୯୬୧ରେ କେତେକ ସର୍ତ୍ତ ଆଧାରରେ ଓଡ଼ିଶା ଏହି ବ୍ୟାରେଜ ନିର୍ମାଣ ପାଇଁ ରାଜି ହୋଇଥିଲା। ଜାତୀୟ ଟ୍ରିବ୍ୟୁନାଲ୍‌ ମଧ୍ୟ ଆନ୍ଧ୍ରପ୍ରଦେଶ ସପକ୍ଷରେ ରାୟ ଦେଇଥିଲେ। କିନ୍ତୁ ଏହି ପ୍ରକଳ୍ପ ନିର୍ମାଣ ଦ୍ବାରା ରାୟଗଡ଼ା ଓ ଗଜପତିରେ ବହୁ ଜମି ଜଳମଗ୍ନ ହେବାର ଆଶଙ୍କା ରହିଥିବାରୁ ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍‌ ରାୟ ଉପରେ କିଛିଟା ସ୍ପଷ୍ଟୀକରଣ ମାଗିଛନ୍ତି। ଫଳରେ ଟ୍ରିବ୍ୟୁନାଲଙ୍କ ରାୟ ଏ ଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ। ତେଣୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନେରାଡ଼ି ବ୍ୟାରେଜ ବିବାଦର ସମାଧାନ ଲାଗି କିଛି ନିର୍ଦ୍ଦିଷ୍ଟ ପ୍ରସ୍ତାବ ନେଇ ଆସିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏମିତି ହେଲେ ସେମାନେ ମାମଲାକୁ ସୁପ୍ରିମକୋର୍ଟରୁ ପ୍ରତ୍ୟାହାର କରି ଆଲୋଚନା ଜରିଆରେ ତାହାର ସମାଧାନ କରି ପାରନ୍ତି।

ସେହିପରି କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଏବେ ଉଗ୍ର ରୂପ ନେଇଛି। ତାସହ କୋରାପୁଟର ସାନବାଇ, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ ସମେତ ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ସୀମାନ୍ତ ଗାଁରେ ଆନ୍ଧ୍ର ପ୍ରଶାସନର ରୀତିମତ ହୁକୁମାତି ଓ ଅନୁପ୍ରବେଶ ଘଟଣା ବାରମ୍ବାର ସାମ୍ନାକୁ ଆସିଛି। ବିଶେଷକରି କୋଟିଆର ୨୮ ଗ୍ରାମପୁଞ୍ଜରୁ ୧୬ଟି ଗାଁକୁ ନେଇ ଦୁଇ ରାଜ୍ୟର ମଧ୍ୟରେ ଟଣାଓଟରା ଲାଗି ରହିଛି। ତେଣୁ ଏ ବିବାଦର ସମାଧାନ ଲାଗି ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେଉ ବୋଲି ବିଭିନ୍ନ ଦଳର ନେତା ଦାବି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+