ନବୀନ ନିବାସରେ ସରିଲା ଗୁରୁତ୍ୱପୂର୍ଣ୍ଣ ବୈଠକ: ମେଣ୍ଟ ନେଇ ବଢ଼ିଲା ଚର୍ଚ୍ଚା

ନବୀନ ନିବାସରେ ସରିଲା ବୈଠକ । ବୈଠକ ପରେ ନବୀନ ନିବାସରୁ ବାହାରିଲେ ନେତା । ବୈଠକରେ ୨୦ ରୁ ଅଧିକ ବିଜେଡି ନେତା ସାମିଲ ହୋଇଛନ୍ତି । ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହେଲା ପରେ ଏବେ ମେଣ୍ଟ ନେଇ ଚର୍ଚ୍ଚା ବଢ଼ିଛି ।

ଉକ୍ତ ବୈଠକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ଅରୁଣ ସାହୁ, ସୁଶାନ୍ତ ରାଉତ, ଜଗନ୍ନାଥ ସାରକା, ପ୍ରଣବ ବଳବନ୍ତରାୟ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସସ୍ମିତ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ସଞ୍ଜୟ ଦାସବର୍ମା, ମାନସ ମଙ୍ଗରାଜ, ପ୍ରଦୀପ ଅମାତ, ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରତାପ ଦେବ ଉପସ୍ଥିତ ଥିଲେ।

ବୈଠକ ପରେ ନବୀନ ନିବାସରୁ ଏହି ନେତାମାନେ ବାହାରିଥିବା ଦେଖିବାକୁ ମିଳିଛି। ତେବେ ଏହି ବୈଠକରେ କ'ଣ ଆଲୋଚନା ହୋଇଛି ସେନେଇ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ହେଉଛି।

ସେପଟେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବୈଠକ କରିବ ବିଜେପି । ଏ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ଆସିଛି । ଏହା ପରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଛନ୍ତି ।

Naveen Patnaik

ଆଜି ସନ୍ଧ୍ୟାରେ ଦିଲ୍ଲୀରେ କେନ୍ଦ୍ର ନେତୃତ୍ୱଙ୍କ ସହ ବୈଠକ ହେବ । ନିର୍ବାଚନରେ ରାଜ୍ୟ ବିଜେପିର ଆଭିମୁଖ୍ୟ କଣ ରହିବ, ଦଳ କିପରି ନିର୍ବାଚନ ଲଢିବ ସେ ନେଇ ଆଲୋଚନା ହେବ । ଏହି ବୈଠକରେ ବିଜେପି ସଭାପତି ମନମୋହନ ସାମଲ, ସଙ୍ଗଠନ ସମ୍ପାଦକ, କୋର କମିଟି ସଦସ୍ୟ ଉପସ୍ଥିତ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+