ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
Amit Shah Odisha Visit: ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା ୨୮ ତାରିଖରେ ନିମାପଡ଼ାରେ ଆୟୋଜିତ ଏକ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅମିତ ଶାହାଙ୍କ ଗସ୍ତକୁ ନେଇ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସର ମିଳିତ ଭାବେ ଏକ ବୈଠକ ପଞ୍ଚାୟତ ସମିତି ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜ୍ୟସ୍ତରୀୟ ବରିଷ୍ଠ ନେତା ମଧ୍ୟ ଯୋଗଦେବା ନେଇ ସୂଚନା ରହିଛି ।

ସେହିପରି ଶାହାଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ହେଲିପ୍ୟାଡ ସ୍ଥଳ, କାରକେଡ୍ ପଥ, ସଭାସ୍ଥଳ, ସଭାସ୍ଥଳକୁ ଯିବା ପାଇଁ ଯାତୟାତ ପଥ ଆଦି ବୁଲି ଯାଞ୍ଚ କରିଛନ୍ତି କେନ୍ଦ୍ରୀୟ ସୁରକ୍ଷା ଅଧିକାରୀ । ସେହିପରି ଉକ୍ତ ଦିନ ଯାନବାହାନ ପାର୍କିଂ, ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ସୁରକ୍ଷା କାର୍ଯ୍ୟରେ ନିୟୋଜିତ ରହିବେ କେନ୍ଦ୍ରୀୟ ସୁରକ୍ଷା ଅଧିକାରୀ, କମାଣ୍ତଣ୍ଟ, ସିକ୍ୟୁରିଟି ଉଇଙ୍ଗସ୍ ବିଭାଗର ପ୍ରାୟ ୧୫ ଜଣିଆ ସେଣ୍ଟ୍ରାଲ ପୋଲିସ ଟିମ୍ ।












Click it and Unblock the Notifications