Get Updates
Get notified of breaking news, exclusive insights, and must-see stories!

ୟୁପି ବିଧାନସଭା ନିର୍ବାଚନ: ଅମିତ ଶାହଙ୍କ ଏହି ମନ୍ତବ୍ୟ ପଛରେ ରହିଛି ଧୂରୀଣ ରାଜନୈତିକ କୌଶଳ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ରୋଚକ ହେଉଛି ପ୍ରଚାର। ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଲଢେଇ ତୀବ୍ର ହେଉଥିବା ବେଳେ ଛୋଟ ଛୋଟ ରାଜନୈତିକ ଦଳ ସହିତ ସମାଜବାଦୀ ପାର୍ଟିର ଗଠବନ୍ଧନ ମୁଣ୍ଡବ୍ୟଥା ବଢାଇଛି ବିଜେପିର । ଏମିତିରେ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ଏକ ନୁଆ ଗୋଟି ଚାଳନା ବିରୋଧୀଙ୍କୁ ଯେତିକି ଚକିତ କରିଛି ସେତିକି ନାଟକୀୟ ହୋଇଛି ରାଜ୍ୟର ରାଜନୀତି।

Amit Shah

ଅମିତ ଶାହଙ୍କ ଏହି ରଣନୀତି ଜଟିଳ ରାଜନୀତିର ଅଙ୍ଗ ଅଟେ:

ଉତ୍ତରପ୍ରଦେଶର ରାଜନୀତିରେ ବୁଧବାର ସନ୍ଧ୍ୟାରେ ଘଟିଛି ଏକ ରୋଚକ ଘଟଣା । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ସାମ୍ନା କରୁଥିବା ପଶ୍ଚିମ ୟୁପି ଅଞ୍ଚଳରେ 200ରୁ ଅଧିକ ଜାଟ ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ଘଟଣାର ତୁରନ୍ତ ପରେ ରାଷ୍ଟ୍ରୀୟ ଲୋକଦଳର ନେତା ଜୟନ୍ତ ଚୌଧୁରୀଙ୍କୁ ଖୋଲା ଖୋଲି ଭାବେ ବିଜେପି ନିମନ୍ତ୍ରଣ କରିଥିଲା ଦଳରେ ମିଶିବାକୁ । ସମାଜବାଦୀ ପାର୍ଟି ସହିତ ଗଠବନ୍ଧନ କରି ଜୟନ୍ତ ଚୌଧୁରୀ ଭୁଲ ନିଷ୍ପତ୍ତି ନେଇଛନ୍ତି, ତେଣୁ ସେ ବିଜେପିରେ ମିଶିବା ଉଚିତ ବୋଲି ବିଜେପି ମତବ୍ୟକ୍ତ କଲା। ତେବେ ଜୟନ୍ତ ଚୌଧୁରୀ ଏହି ଅଫରକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ ବିଜେପି କାହିଁକି ଗଣମାଧ୍ୟମରେ ଜୟନ୍ତ ଚୌଧୁରୀଙ୍କୁ ଏଭଳି ଅଫର ଦେଇଛି ।

କେବେଠାରୁ ଏଭଳି ଅଫର ଗଣମାଧ୍ୟମରେ ଆସିଲା?

କେନ୍ଦ୍ର ଗୃହମନ୍ତ୍ରୀ ତଥା ଅନ୍ୟତମ ପ୍ରମୁଖ ବିଜେପି ନେତା ଅମିତ ଶାହା ଦିଲ୍ଲୀର ପାର୍ଟି ସାଂସଦ ପରଭେଶ ବର୍ମାଙ୍କ ବାସଭବନରେ ପଶ୍ଚିମ ୟୁପିରୁ ଆସିଥିବା 200 ଜଣ ଜାଟଙ୍କ ସହ ସାକ୍ଷାତ କରିଥିଲେ । ବୁଧବାର ଅନୁଷ୍ଠିତ ଏହି ବୈଠକ ପରେ ସାଂସଦ ପରଭେଶ ବର୍ମା, ଯିଏ ନିଜେ ଜଣେ ଜାଟ, ଗଣମାଧ୍ୟମକୁ କହିଥିଲେଯେ, ଯେ ଜୟନ୍ତ ଚୌଧୁରୀଙ୍କ ପାଇଁ ବିଜେପିର ଦ୍ୱାର ସର୍ବଦା ଖୋଲା ଅଛି। ସମାଜବାଦୀ ପାର୍ଟିରେ ସାମିଲ ହେବା ନିଷ୍ପତ୍ତି ଚୌଧୁରୀଙ୍କ ଭଳି ଜଣେ ଦାୟିତ୍ଵବାନ ନେତାଙ୍କ ଭୁଲ ପଦକ୍ଷେପ ବୋଲି ଆକ୍ଷେପ କରିଥିଲେ ପରବେଶ ବର୍ମା ।

ଏହା ହେଉଛି ଅମିତ ଶାହଙ୍କ ଟାର୍ଗେଟ:

ଜଣେ ନେତାଙ୍କୁ ନିଜ ଦଳରେ ସାମିଲ କରିବା ବା ନକରିବା ନିଷ୍ପତ୍ତି ସାଧାରଣତଃ ଚୁପଚାପ ହୋଇଥାଏ, ଗଣମାଧ୍ୟମ ଭଳି ଖୋଲା ଖୋଲି ନିମନ୍ତ୍ରଣ କରାଯାଏ ନାହିଁ । ଗଣମାଧ୍ୟମରେ ଏହା କହିବା ପଛରେ ସବୁଠାରୁ ବଡ କାରଣ ହେଉଛି ମୁସଲମାନ ତଥା ବିଜେପି ବିରୋଧୀ ଭୋଟରଙ୍କ ମଧ୍ୟରେ ରାଷ୍ଟ୍ରୀୟ ଲୋକ ଦଳ ବିରୋଧରେ ଅବିଶ୍ୱାସ ସୃଷ୍ଟି କରିବା। ପଶ୍ଚିମ ୟୁପିରେ ମୁସଲମାନମାନଙ୍କ ସଂଖ୍ୟା ଅଧିକ । ଆରଏଲଡି ପ୍ରତିଦ୍ୱନ୍ଦ୍ୱିତା କରୁଥିବା 30ରୁ ଅଧିକ ସିଟରେ ବିଜେପି ଜିତିବା କଷ୍ଟସାଧ୍ୟ। ଏଭଳି ପରିସ୍ଥିତିରେ ମୁସଲମାନମାନଙ୍କ ମଧ୍ୟରେ ଏପରି ଏକ ବାର୍ତ୍ତା ପହଞ୍ଚିବ ଯେ ନିର୍ବାଚନ ପରେ ଜୟନ୍ତ ବିଜେପି ସହ ଯାଇପାରନ୍ତି, ତେଣୁ ସେମାନେ ଜୟନ୍ତଙ୍କ ଦଳକୁ ଭୋଟ ନଦେଇ ମାୟୟାତୀ ଅଥବା କଂଗ୍ରେସ ଭଳି ଦଳକୁ ଭୋଟ ଦେବେ । ଏହା ଫଳରେ ଜୟନ୍ତଙ୍କ ଦଳକୁ ମିଳିବାକୁ ଥିବା ମୁସଲମାନ ଭୋଟ ବିଭାଜିତ ହେବ ଏବଂ ସିଧାସଳଖ ବିଜେପି ପାଇଁ ଲାଭଦାୟକ ହେବ।

ଗୋଟେ ତୀରରେ ଦୁଇଟି ଶିକାର:

କୃଷକ ଏବଂ ବିଶେଷ କରି ଚୌଧୁରୀ ଚରଣ ସିଂ ଏବଂ ତାଙ୍କ ପରିବାର ପ୍ରତି ଜାଟଙ୍କ ମଧ୍ୟରେ ଲୋକଙ୍କ ଅଧିକ ସମ୍ମାନ ରହିଛି । ଏହି ପରିବାରର ଲୋକଙ୍କ ପ୍ରତି ତଥା କୃଷକମାନଙ୍କ ପ୍ରତି ସରକାର ଏବଂ ବିଜେପିର ମନୋଭାବ ଯୋଗୁଁ ଲୋକଙ୍କ ମଧ୍ୟରେ ସାମାନ୍ଯ ଆକ୍ରୋଶ ରହିଛି।

up RLD

ଏଭଳି ପରିସ୍ଥିତିରେ ବିଜେପି ଚରଣ ସିଂ ପରିବାରକୁ ସମ୍ମାନ ଦେଉଥିବା ଏହି ବିବୃତ୍ତିରେ ଦର୍ଶାଇବାକୁ ଚେଷ୍ଟା କରିଛି। ଏହା ମଧ୍ୟ ଜାଟଙ୍କ ମଧ୍ୟରେ ସହାନୁଭୂତି ହାସଲ କରିବା ଏବଂ ବିଜେପି ପ୍ରତି ରହିଥିବା ଆକ୍ରୋଶକୁ ହ୍ରାସ କରିବା ପାଇଁ ଏକ ପ୍ରୟାସ। କହିବାକୁ ଗଲେ ଅମିତ ଶାହ ଜୟନ୍ତ ଚୌଧୁରୀଙ୍କୁ ଖୋଲା ନିମନ୍ତ୍ରଣ ଦେଇ ଗୋଟିଏ ପକ୍ଷରେ ଜାଟମାନଙ୍କ ସହାନୁଭୁତି ହାସଲ କରିବାକୁ ଚାହୁଁଥିବା ବେଳେ ଅନ୍ୟ ପକ୍ଷରେ ମୁସଲମାନ ଭୋଟରଙ୍କ ଭୋଟକୁ କୋଗ୍ରେସ ଆଡକୁ ଠେଲି ସମାଜବାଦୀ ପାର୍ଟିକୁ ଦୁର୍ବଳ କରିବାକୁ ଗୋଟି ଚାଳନା କରିଛନ୍ତି ।

ରାଷ୍ଟ୍ରୀୟ ଲୋକ ଦଳକୁ ଦୁର୍ବଳ କରିବାକୁ ଚାହୁଁଛି ବିଜେପି:

ପଶ୍ଚିମ ୟୁପିରେ ଆରଏଲଡି କ୍ରମାଗତ ଭାବରେ ଚେଷ୍ଟା କରୁଛି ଯେ କୃଷି କ୍ଷେତ୍ର ସହ ଜଡିତ ସମସ୍ତ ଭୋଟର ବିଶେଷକରି ଜାଟ-ମୁସଲମାନମାନେ ପୂର୍ବପରି ଦଳକୁ ସମର୍ଥନ କରନ୍ତୁ। ଲୋକଦଳର ଏହି ଚେଷ୍ଟା ଯଦି ସାକାର ରୂପ ନେବ, ତାହେଲେ, ଏହା ବିଜେପି ପାଇଁ ଏକ କ୍ଷତିକାରକ ହେବ। କାରଣ, ବିଜେପି ପଶ୍ଚିମ ୟୁପିରେ ନିଜର 2017 ନିର୍ବାଚନ ପ୍ରଦର୍ଶନକୁ ପୁନରାବୃତ୍ତି କରିବା କଷ୍ଟକର ହେବ ।

Amit Shah

ଆରଏଲଡି ମଜବୁତ କରିବା ମଧ୍ୟ ବିଜେପିର ଦୁର୍ବଳତାର ଅର୍ଥ ହେବ। ତେଣୁ ଏହି ଅଫରରେ ବିଜେପି ନିଜେ ମୁସଲିମ-ଜାଟ ସମୀକରଣକୁ ଟାର୍ଗେଟ କରିଛି। ଏଭଳି ପରିସ୍ଥିତିରେ, ଯଦିଓ ବିଜେପି ଜୟନ୍ତଙ୍କ ସହାନୁଭୂତି ଦେଖାଇବାକୁ ଚେଷ୍ଟା କରୁଛି, କିନ୍ତୁ ତାଙ୍କୁ କୌଣସି ପରିସ୍ଥିତିରେ ଆଗକୁ ବଢିବାକୁ ଦେବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+