Get Updates
Get notified of breaking news, exclusive insights, and must-see stories!

ଏବେ ବିଜେପିର ଟାର୍ଗେଟ ତାମିଲନାଡ଼ୁ : "ମୋଦୀଙ୍କ ନେତୃତ୍ୱରେ ଦେଶ କରୋନା ସହ ଲଢେଇ କରିଛି"

ବିହାର ନିର୍ବାଚନରେ ଏନଡିଏ ମେଣ୍ଟର ସଫଳତା ପରେ ଏବେ ବିଜେପିର ଟାର୍ଗେଟରେ ପଶ୍ଚିମବଙ୍ଗ ଓ ତାମିଲନାଡୁ

ତାମିଲନାଡୁ : ବିହାର ନିର୍ବାଚନରେ ଏନଡିଏ ମେଣ୍ଟର ସଫଳତା ପରେ ଏବେ ବିଜେପିର ଟାର୍ଗେଟରେ ପଶ୍ଚିମବଙ୍ଗ ଓ ତାମିଲନାଡୁ । କରୋନା ପୀଡିତ ଥିବାରୁ ବିହାର ନିର୍ବାଚନ ରାଲିରେ ଅମିତ ଶାହା ସାମିଲ ହୋଇ ପାରିନଥିବା ବେଳେ ଏବେ ସେ ସୁସ୍ଥ ହୋଇଯାଇଛନ୍ତି । ଏହି କ୍ରମରେ ଆଜି ସେ ଦୁଇ ଦିନିଆ ତାମିଲନାଡୁ ଗସ୍ତରେ ଯାଇଛନ୍ତି । ଏଠାରେ କହି ରଖୁଛୁ ଯେ ଆସନ୍ତା ବର୍ଷ ମେ ମାସରେ ତାମିଲନାଡୁ ନିର୍ବାଚନ ରହିଛି ।
ଆଜି ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡୁ ଚେନ୍ନାଇରେ ପହଞ୍ଚିବା ପରେ ସେଠାରେ 67 ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାମର ଉଦଘାଟନ କରିଛନ୍ତି । ଏହାପରେ ବିଜପିର ନେତା ଓ କର୍ମୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ସେ ସମ୍ବୋଧନ କରିଛନ୍ତି ।

ଅମିତ ଶାହ

ସାରା ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କରୋନା ସହ ଲଢେଇ କରିଛି । ଫଳରେ ବିକଶିତ ଦେଶମାନଙ୍କ ଅପେକ୍ଷା କରୋନା ସହ ଦେଶବାସୀ ଦୃଢତାର ସହ ସାମ୍ନା କରିପାରିଲେ ବୋଲି କହିଛନ୍ତି ଅମିତ ଶାହ । ଆହୁରି ମଧ୍ୟ ସେ କହିଛନ୍ତି ଦେଶର 130 କୋଟି ଜନତା ମୋଦୀଙ୍କ ନେତୃତ୍ୱରେ ଏକଜୁଟ୍ ହୋଇ କରୋନା ସହ ଲଢେଇ କରିଛନ୍ତି । ଏଥିପାଇଁ ଆମେ ଆଜି ଭଲ ସ୍ଥିତିରେ ଅଛୁ ବୋଲି ସେ କହିଛନ୍ତି ।
ଅମିତ ଶାହାଙ୍କ ତାମିଲନାଡୁର ଗସ୍ତ ଫଳରେ ସେଠାକାର ରାଜନୀତି ଏବେ ସରଗରମ ରହିଛି । ଆସନ୍ତା ବର୍ଷ ବିଜେପି ସହ ଏଆଇଡିଏମକେ ନିର୍ବାଚନ ଲଢିବ ବୋଲି ଆଜି ଏହାର ଉପମୁଖ୍ୟମନ୍ତ୍ରୀ ପନିରସିଲଭା କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଆମେ ରାଜ୍ୟରେ 10 ବର୍ଷର ସୁଶାସନ କରିଛୁ । ଆଗକୁ ମଧ୍ୟ ଏହି ମେଣ୍ଟ ସରକାର ଏକାଠି ହୋଇ ବିଧାନସଭା ନିର୍ବାଚନ ଲଢିବ । ସୂଚନାଥାଉକି, ତାମିଲନାଡୁରେ ପୁଣି ଥିରେ ସାଧାରଣ ନିର୍ବାଚନରେ ଡିଏମକେକୁ ଟକ୍କର ଦେବା ପାଇଁ ଏଆଇଡିଏମକେ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିସାରିଲାଣି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+