Get Updates
Get notified of breaking news, exclusive insights, and must-see stories!

ଅମିତ ଶାହ@ 58: କ୍ଲାସ ମନିଟରରୁ ଗୃହମନ୍ତ୍ରୀ ହେବାର ରାଜନୈତିକ ଯାତ୍ରା

ଆଜି ଦେଶର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟୟ ଅଧ୍ୟକ୍ଷ ଅମିତ ଶାହଙ୍କ 58ତମ ଜନ୍ମଦିନ । ବର୍ତ୍ତମାନ ବିଜେପି ଦେଶର ସବୁଠୁ ବଡ ଦଳ ଭାବେ କାର୍ଯ୍ୟ କରୁଛି । ତେବେ ଦଳର ବିକାଶରେ ଶାହଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିଛି ।

ନୂଆଦିଲ୍ଲୀ: ଆଜି ଦେଶର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟୟ ଅଧ୍ୟକ୍ଷ ଅମିତ ଶାହଙ୍କ 58ତମ ଜନ୍ମଦିନ । ବର୍ତ୍ତମାନ ବିଜେପି ଦେଶର ସବୁଠୁ ବଡ ଦଳ ଭାବେ କାର୍ଯ୍ୟ କରୁଛି । ତେବେ ଦଳର ବିକାଶରେ ଶାହଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିଛି । ସେଥିପାଇଁ ତାଙ୍କୁ ବିଜେପିର ଚାଣକ୍ୟ ବୋଲି କୁହାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଶାହାଙ୍କୁ ଭାରତୀୟ ରାଜନୀତିରେ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ବିବେଚନା କରାଯାଏ । 1980 ଦଶକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟ ହେବା ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ହେବା ପର୍ଯ୍ୟନ୍ତ ଅମିତ ଶାହା ଭାରତୀୟ ରାଜନୀତିରେ ରହିଛି ଅନେକ ଭୂମିକା । ତାଙ୍କର 58 ତମ ଜନ୍ମଦିନରେ, ଆସନ୍ତୁ ନଜର ପକାଇବା ତାଙ୍କ ପିଲା ଦିନରୁ ରାଜନୈତିକ କ୍ୟାରିୟର ଉପରେ....

amit shah

ପିଲାଦିନ :
ଗୃହମନ୍ତ୍ରୀ ଅମିତ ଶାହା 22 ଅକ୍ଟୋବର 1964 ରେ ମୁମ୍ବାଇରେ ଏକ ଗୁଜୁରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଶାହଙ୍କ ପିତାଙ୍କ ନାମ ଅନିଲ ଚନ୍ଦ୍ର ଶାହା ଏବଂ ମାତାଙ୍କ ନାମ କୁସୁମ ବେନ। ଶାହାଙ୍କ ଜନ୍ମ ପରେ ମୁମ୍ବାଇ ଛାଡି ପୁରା ପରିବାର ଗୁଜୁରାଟରେ ବାସ କରୁଥିଲେ । ଫଳରେ ଅମିତଙ୍କ ପିଲାଦିନ ଗୁଜୁରାଟ ଘରେ ହିଁ ବିତିଛି ।

ଜେଜେବାପାଙ୍କ ଇଚ୍ଛା ଅନୁସସାରେ ଶାହା ପାରମ୍ପରିକ ଶିକ୍ଷା ଲାଭ ଆରମ୍ଭ କରିଥିଲେ । ପାରମ୍ପରିକ ପୋଷାକ ସହିତ ସକାଳୁ ଉଠି ପାଠ ପଢୁଥିଲେ ଶାହା । ମାତ୍ର 4 ବର୍ଷ ବୟସରେ ବି ସେ ନିଜର କର୍ମ ପ୍ରତି ନିଷ୍ଠାପର ଥିଲେ । ପାଠ ପଢିବା ସମୟରେ ହିଁ ମନିଟର ଭାବେ ଶ୍ରେଣୀର ଦାୟିତ୍ବ ସମ୍ଭାଳୁଥିଲେ ଶାହା । ପରିବାରରେ ରାଜନୈତିକ ପୃଷ୍ଠଭୂମି ଥିବାରୁ ଶାହାଙ୍କ ପିଲାଟି ଦିନୁ ହିଁ ସାଂଗଠନିକ ଦକ୍ଷତାର ବିକାଶ ଘଟିଥିଲା ।

ରାଜନୀତିର ଆରମ୍ଭ
ସ୍କୁଲ ପାଠ ସାରି କଲେଜରେ ପାଦ ଦେବା ପରେ ଆରମ୍ଭ ହୋଇଥିଲା ଶାହାଙ୍କ ରାଜନୀତିରେ ଜୀବନ। 1986ରେ ସେ ବିଜେପିରେ ଯୋଗ ଦେଇଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେ ନିଜର କାର୍ଯ୍ୟ ସଠିକ ଭାବେ କରି ଚାଲିଛନ୍ତି । ଏହାପୂର୍ବରୁ ସେ 1982 ମସିହାରେ ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସେତେବେଳେ ମୋଦୀ ସଙ୍ଗଠନର ପ୍ରଚାରକ ଭାବେ କାର୍ଯ୍ୟ କରୁଥିଲେ ।

1997ରେ ଗୁଜୁରାଟରେ ଉପ-ନିର୍ବାଚନ ହୋଇଥିଲା, ଏହା ପରେ ହିଁ ଶାହାଙ୍କର ପ୍ରକୃତ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । ଏହାପରେ 1999ରେ ଅହମ୍ମଦାବାଦ ଜିଲ୍ଲା ସମବାୟ ବ୍ୟାଙ୍କର ସଭାପତି, 2009ରେ ଗୁଜୁରାଟ କ୍ରିକେଟ୍ ଆସୋଶିଏସନର ଉପାଧ୍ୟକ୍ଷ, 2014ରେ ଗୁଜୁରାଟ କ୍ରିକେଟ୍ ଆସୋଶିଏସନର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ଶାହା। କେବଳ ଏତିକି ନୁହେଁ 2003ରୁ 2010 ଯାଏ କ୍ୟାବିନେଟ ଗୃହ ମନ୍ତ୍ରଣାଳୟ ସମ୍ଭାଳିଥିଲେ । ଏହାପରେ ମେ 30 , 2019 ମସିହାରେ ଅମିତ ଶାହା ଦେଶର କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେହି ସମୟରେ ସେ ଦେଶ ପାଇଁ ଅନେକ ବଡ ନିଷ୍ପତ୍ତି ।

ମୋଦି-ଶାହା
1995 ରେ ନରେନ୍ଦ୍ର ମୋଦୀ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶାହାଙ୍କୁ ଗୁଜୁରାଟ ରାଜ୍ୟ ଅର୍ଥ ନିଗମର ଅଧ୍ୟକ୍ଷ କରିବାକୁ ରାଜି କରାଇଥିଲେ। ବିଜେପି ହାଇକମାଣ୍ଡ ଏବଂ ବିଦ୍ରୋହୀ ଶଙ୍କରସିଂହ ବାଘେଲାଙ୍କ ମଧ୍ୟରେ ଶାନ୍ତି ଚୁକ୍ତିର ଏକ ଅଂଶ ଭାବରେ ତାଙ୍କ ପରାମର୍ଶଦାତା ମୋଦୀଙ୍କୁ ବହିଷ୍କାର କରାଯିବା ପରେ ଶାହା ଏହି ରାଜନୈତିକ ପ୍ରଭାବଶାଳୀ ପଦବୀ ରଖିଥିଲେ। ଗୁଜରାଟ ବିଧାନସଭା ନିର୍ବାଚନରେ ମୋଦୀ ଏକ ଜବରଦସ୍ତ ବିଜୟ ହାସଲ କରିବା ପରେ ଶାହାଙ୍କୁ ଗୃହ, ଆଇନ ଏବଂ ନ୍ୟାୟ, ସଂସଦୀୟ ବ୍ୟାପାର, ସୀମା ସୁରକ୍ଷା ସମେତ ପ୍ରାୟ 10 ଟି ପ୍ରଦାନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+