ୱକଫ୍ ଘଟଣାବଳୀକୁ ରହସ୍ୟମୟ କହିଲେ ଅମର ଶତପଥୀ
ୱକଫ୍ ଘଟଣାବଳୀକୁ ରହସ୍ୟମୟ କହିଲେ ଅମର ଶତପଥୀ। ମୁଁ ବିଜେଡି ଭିତରେ ନାହିଁ, ତାଙ୍କ ଦଳ ବାବଦରେ କହିବି ନାହିଁ । ମାତ୍ର ୱକ୍ଫ ଭୋଟିଂକୁ ନେଇ ସବୁ ରହସ୍ୟମୟ । ସଂସଦୀୟ ବ୍ୟବସ୍ଥାରେ ବିରୋଧ, ସମର୍ଥନ ରହିଛି । ମାତ୍ର ବିବେକାନୁମୋଦିତ ମତ ଦେବା କଥା ମୁଁ ଜାଣିନି । ଯେହେତୁ ଏହା ଏବେ ଜାତୀୟ ପ୍ରସଙ୍ଗ, ସମସ୍ତେ ମତ ରଖିପାରିବେ ।
ଭ୍ରମିତ ପାଇଁ ଉଦ୍ୟମ ହେଉଛି, ପର୍ଦ୍ଦା ଉଠିବା ଉଚିତ' । ପ୍ରସଙ୍ଗ ଏଡ଼ାଇବା ପାଇଁ ପ୍ରଭାତଙ୍କୁ ବଲି କା ବକରା କରାଯାଇଛି । ନବୀନ ବାବୁଙ୍କ ମୁହଁରେ ଏହା ଶୋଭା ପାଏ ନାହିଁ' । ନିଲମ୍ବନ, ବହିଷ୍କାର ଭିନ୍ନ କଥା, ନବୀନ କିପରି ଏକ୍ସପେଲ୍ଡ କହିଲେ ।

ପ୍ରେସ ରିଲିଜରୁ ଜଣାପଡ଼ୁଛି ନିଲମ୍ବନ ଥିଲା ଓ ପ୍ରତ୍ୟାହୃତ ହୋଇଥିଲା । ମୁଁ ଯେତିକି ଜାଣିଛି ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ବୋଝ ନଥିଲେ' । 'ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ଆସେଟ୍ ଥିଲେ, ପ୍ରମାଣିତ କରିଛନ୍ତି।












Click it and Unblock the Notifications