"ପିପିଲି ବିଜେପି ପ୍ରାର୍ଥୀଙ୍କ ପତ୍ନୀ ବେଆଇନ ଭାବେ ବିକିଛନ୍ତି ଜଗନ୍ନାଥଙ୍କ ଜମି"

ପିପିଲିରେ ରାଜନୀତି ତାତି ଜାରି ରହିଥିବାବେଳେ ଏବେ ପିପିଲି ବିଜେପି ପ୍ରାର୍ଥୀଙ୍କ ପତ୍ନୀ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା କଂଗ୍ରେସ ।

ଭୁବନେଶ୍ୱର: ପିପିଲିରେ ରାଜନୀତି ତାତି ଜାରି ରହିଥିବାବେଳେ ଏବେ ପିପିଲି ବିଜେପି ପ୍ରାର୍ଥୀଙ୍କ ପତ୍ନୀ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା କଂଗ୍ରେସ । ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପତ୍ନୀ ସ୍ମିତା ମହାନ୍ତିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କଂଗ୍ରେସର କେନ୍ଦ୍ରାପଡା ଓବିସି ସେଲ ଅଧ୍ୟକ୍ଷ ।

ଆଶ୍ରିତ ପଟ୍ଟନାୟକ

ଅଭିଯୋଗ ଅନୁସାରେ, ସ୍ମିତା ମହାନ୍ତି ପୁରୀ ସବ୍ ରେଜିଷ୍ଟ୍ରାର ଥିବାବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତିକୁ ବେଆଇନ୍ ଭାବେ ବିକ୍ରି କରିଛନ୍ତି ଏବଂ ଏହାକୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛି କଂଗ୍ରେସ । ସ୍ମିତା ୨୦୧୨ ମସିହାରେ ଯେତେବେଳେ ପୁରୀ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଥିଲେ, ସେହି ସମୟରେ ଜଗନ୍ନାଥଙ୍କ ସମ୍ପତ୍ତି ଶାଗ ମାଛ ଦରରେ ବିକ୍ରି ହୋଇଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ବିଧୁଭୂଷଣ ମହାପାତ୍ର ।

ତେବେ ମହାପ୍ରଭୁଙ୍କ ସମ୍ପତ୍ତି ଉଦ୍ଧାର ଓ ଏଭଳି ଅକ୍ଷମଣୀୟ ଅପରାଧ ପାଇଁ ତାଙ୍କୁ ଦଣ୍ଡବିଧାନ କରିବାକୁ ସରକାରଙ୍କୁ ଅନୁରୋଧ କରିବା ସହ 'ଜଗନ୍ନାଥଙ୍କ ଜମି' ହଡପକାରୀଙ୍କୁ 'ବିଧାନସଭା ମନା' ଯଜ୍ଞରେ ସାମିଲ ହେବାକୁ ପିପିଲି-ଡେଲାଙ୍ଗବାସୀଙ୍କୁ ଅନୁରୋଧ କରିଛି କଂଗ୍ରେସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+