ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ, ଆସିପାରେ ଚୁଡାନ୍ତ ନିଷ୍ପତ୍ତି
ରାଜ୍ୟରେ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ନେଇ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ।
ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ନେଇ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ। ନିର୍ବାଚନ ହେବ ନା ଘୁଞ୍ଚିବ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତି ଉପରେ ସାରା ରାଜ୍ୟର ନଜର ରହିଛି ।

ବୈଠକରେ ବିଜେଡି ସାଂସଦ ଅମର ପଟ୍ଟନାୟକ, କଂଗ୍ରେସରୁ ଗଶେଶ୍ୱର ବେହେରା ଏବଂ ଶିବାନନ୍ଦ ମାଝୀ ଓ ବିଜେପି ବିଧାୟକ ମୋହନ ମାଝୀ ଏବଂ ପଞ୍ଚାୟତ କମିଟି ଆବାହକ ଶଙ୍କର୍ଷଣ ପରିଡାଙ୍କ ସହିତ ୪ ଜଣିଆ ଟିମ୍ ସାମିଲ ହୋଇଛନ୍ତି । ସିପିଆଇ, ସିପିଏମ୍ ସମେତ ଅନ୍ୟ ରାଜନୈତିକ ଦଳର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଛନ୍ତି ।
କୋଭିଡ ସଂକ୍ରମଣ ଭିତରେ କିଭଳି ନିର୍ବାଚନ ହେବ । ନିର୍ବାଚନ ନେଇ କଣ ଗାଇଡ଼ ଲାଇନ ରହିବ । ସେନେଇ ବୈଠକରେ ଆଲୋଚନା ହେବ। ସମସ୍ତ ଦଳ ମାନଙ୍କର ପରାମର୍ଶ ନିଆଯିବା ସହିତ ନିର୍ବାଚନ ନେଇ କମିଶନ କଣ ପ୍ରସ୍ତୁତି କରିଛନ୍ତି । ସେ ବିଷୟରେ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି ।












Click it and Unblock the Notifications