ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କଲା ବିଜେଡି
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ବିଜେଡି ପ୍ରାର୍ଥୀଙ୍କ ନାଁ । ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ବିଜେଡି ପ୍ରାର୍ଥୀଙ୍କ ନାଁ । ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ ୩୧ରେ ହେବ ବ୍ରଜରାଜନଗର ଉପନିର୍ବାଚନ ।

ଆଜି ପ୍ରାର୍ଥୀ ଘୋଷଣା ସମୟରେ ନବୀନ ନିବାସରେ ବ୍ରଜରାଜନଗର ବିଜେଡି ପର୍ଯ୍ୟବେକ୍ଷକ ସୁବାସ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । କିଶୋର ମହାନ୍ତିଙ୍କ ଦେବାନ୍ତ ପରେ ତାଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ ବୋଲି କହିଛନ୍ତି ପତ୍ନୀ ଅଳକା ।
ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ହୃଦଘାତରେ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗର ଆସନଟି ଖାଲି ପଡିଥିଲା । ୨୦୧୯ ନିର୍ବାଚନରେ ପ୍ରଥମ ଥର ପାଇଁ ଏହି ଆସନ ବିଜେଡି ଖାତାକୁ ଆସିଥିଲା । କିନ୍ତୁ କିଶୋରଙ୍କ ମୃତ୍ୟୁ ପରେ ମେ ୩୧ରେ ଉପ ନିର୍ବାଚନ ହେବା ନେଇ ଘୋଷଣା କରିଥିଲେ ନିର୍ବାଚନ କମିଶନ । ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ମେ ୧୧ ତାରିଖ ରହିଛି ।












Click it and Unblock the Notifications