NCPର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଲେ ନାହିଁ ଅଜିତ ପାୱାର
ନୂଆଦିଲ୍ଲୀ: ବରିଷ୍ଠ ଏନସିପି ନେତା ଅଜିତ ପାୱାର ଶୁକ୍ରବାର ଦିନ ମୁମ୍ବାଇରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ନାହାଁନ୍ତି । ତେବେ ତାଙ୍କ ଅନ୍ୟତ୍ର କାର୍ଯ୍ୟ ଥିବାରୁ ସେ ଏନସିପିର ଦିନ ସାରା ଚାଲିଥିବା ଏକି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ ବୋଲି ପୂର୍ବରୁ ହିଁ ଦଳକୁ ଜଣାଇଥିଲେ ।
ଅଜିତ ପାୱାରଙ୍କ ଏହି ପଦକ୍ଷେପ ମହାରାଷ୍ଟ୍ର ରାଜନୀତିରେ ଚହଳ ସୃଷ୍ଟି କରିଛି । ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ଏ ବିଷୟରେ ଅଜିତ ପାୱାର କହିଛନ୍ତି ଯେ, ଏକା ସମୟରେ ଘଟୁଥିବା ଦୁଇଟି ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟେକୁ ବାଛିବାକୁ ପଡିବ। ତେଣୁ ଏହି ଘଟଣାକୁ ନେଇ ଅଧିକ ଆଲୋଚନା ବା ସନ୍ଦେହ କରିବା ଉଚିତ୍ ନୁହେଁ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂଚନା ଅନୁସାରେ, ଏନସିପି ମୁଖପାତ୍ର କ୍ଲାଇଡ କ୍ରାଷ୍ଟୋ କହିଛନ୍ତି ଯେ, ଅଜିତ ଦାଦା ବହୁତ ବ୍ୟସ୍ତ ଅଛନ୍ତି। ସେ ପୁଣେରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଭଳି ପରିସ୍ଥିତିରେ ଯଦି ଜଣେ ନେତା କୈଣସି କାର୍ଯ୍ୟକ୍ରମରେ ଯୋଗ ନ ଦିଅନ୍ତି, ଏହାର ଅର୍ଥ ନୁହେଁ ଯେ ସେ ଦଳ ଛାଡିବାକୁ ଯାଉଛନ୍ତି ।
ସୂଚନାଥାଉ ଯେ, ଏନସିପିର କିଛି ଅନ୍ୟ ବିଧାୟକଙ୍କ ସମେତ ଅଜିତ ପାୱାର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି । ତେବେ ଦିନ ତମାମ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସଂଧ୍ୟାରେ ଶରଦ ପାୱାର ସମସ୍ତଙ୍କୁ ସସ୍ବୋଧନ କରିବେ । ତେବେ ମୁମ୍ବାଇରେ ଚଳିତ ମାସରେ ଆୟୋଜିତ ଇଫତାର ପାର୍ଟିରେ ଶରଦ ପାୱାରଙ୍କ ସହ ସେ ଉପସ୍ଥିତ ଥିବା ନେଇ ସୂଚନା ରହିଛି ।












Click it and Unblock the Notifications