ଦିଲ୍ଲୀରେ ଅମିତା ଶାହଙ୍କ ଭେଟିବା ପରେ ବଢିଲା ରାଜ ଠାକରେଙ୍କ ଡିମାଣ୍ତ, NCP ଦେଲା ଏହି ଅଫର୍

Lok Sabha Election 2024: ଲୋକସଭା ନିର୍ବାଚନ ୨୦୨୪ ନିର୍ବାଚନ ତାରିଖ ଘୋଷଣା ହେବା ପରେ ମହାରାଷ୍ଟ୍ରରେ ପୁଣି ବଢି ଯାଇଛି ରାଜ ଠାକରେଙ୍କ ଡିମାଣ୍ତ । ମହାରାଷ୍ଟ୍ରରେ ବିଜେପି ସରକରା ରାଜ ଠାକରେଙ୍କୁ MNSକୁ ମେଣ୍ଟର ଅଫର୍ ଦେଇଛି । ମଙ୍ଗଳବାର ଦିନ ବିଜେପି ଆମନ୍ତ୍ରଣ କ୍ରମେ ରାଜ ଠାକରେ ଅମିତ ଶାହାଙ୍କୁ ଭେଟିବାକୁ ପହଞ୍ଚିଥିଲେ । ଯାହା ପରେ ଏନସିପି ନେତା ସୁପ୍ରିୟା ସୁଲେ ରାଜ ଠାକରେଙ୍କୁ ଇଣ୍ଡିଆ ମେଣ୍ଟରେ ସାମିଲ ହେବାର ଅଫର୍ ଦେଇଛନ୍ତି ।

Lok Sabha Election 2024

ସେ ରାଜଠାକରେଙ୍କୁ ସ୍ୱାଗତ କରି କହିଛନ୍ତି, ଯଦି ରାଜ ଠକରେ ଇଣ୍ଡିଆ ମେଣ୍ଟରେ ଯୋଗ ଦିଅନ୍ତି ତେବେ ତାଙ୍କୁ ଉଚିତ୍ ସମ୍ମାନ ଦିଆଯିବ । ଏହି ଖବର ଉପରେ ରାଜ ଠାକରେଙ୍କ ପକ୍ଷରୁ ବର୍ତ୍ତମାନ କୌଣସି ପ୍ରତିକ୍ରିୟ ପ୍ରକାଶ ପାଇ ନାହିଁ ।

ସୂଚନାଥାଉ ଯେ, MNS ମୁଖ୍ୟ ରାଜ ଠାକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ଶାହାଙ୍କ ବାସଭବନରେ ସେ ତାଙ୍କୁ ଭେଟିଥିଲେ, ଏହି ସମୟରେ ବିନୋଦ ତାୱଡେ ମଧ୍ୟ ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ ।
ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପରେ ଏହି ଭେଟ ହୋଇଥିବାରୁ ଚର୍ଚ୍ଚା ହେଉଛି ଯେ, ରାଜ ଠାକରେ ଏନଡିଏରେ ଯୋଗ ଦେଇପାରନ୍ତି। ହେଲେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

ତେବେ ଦିଲ୍ଲୀରେ ପହଞ୍ଚିବା ପରେ ରାଜ ଠାକରେ କହିଛନ୍ତି, ମୋର କାର୍ଯ୍ୟସୂଚୀ କ'ଣ ମୁଁ ଏପର୍ଯ୍ୟନ୍ତ ଜାଣି ନାହିଁ। ମୋତେ କେବଳ ଦିଲ୍ଲୀ ଆସିବାକୁ କୁହାଯାଇଥିଲା ଏବଂ ମୁଁ ଦିଲ୍ଲୀ ଆସିଥିଲି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+