Get Updates
Get notified of breaking news, exclusive insights, and must-see stories!

ପଦ୍ମପୁରରେ ବିଜୟ ପରେ ବିରୋଧୀଙ୍କୁ ନବୀନଙ୍କ କଡ଼ା ଜବାବ; କହିଲେ ରାଜନୀତି ଆଳରେ...

ପଦ୍ମପୁରରେ ବିଜୟ ପରେ ବିରୋଧୀଙ୍କୁ ନବୀନଙ୍କ କଡ଼ା ଜବାବ । କହିଲେ ମୁଁ ବିରୋଧି ବିଜେପି ନେତୃମଣ୍ଡଳୀଙ୍କୁ ନେହୁରା ହେଉଛି । ରାଜନୀତି ଆଳରେ ମହିଳାଙ୍କୁ ଅସମ୍ମାନିତ କଲେ ଓଡିଶୀ ବାସୀ ସହିବେ ନାହିଁ । ରାଜ୍ୟବାସୀ ଉଚିତ୍ ଜବାବ୍ ଦେବେ ।

ପଦ୍ମପୁର: ପଦ୍ମପୁରରେ ବିଜୟ ପରେ ବିରୋଧୀଙ୍କୁ ନବୀନଙ୍କ କଡ଼ା ଜବାବ । କହିଲେ ମୁଁ ବିରୋଧି ବିଜେପି ନେତୃମଣ୍ଡଳୀଙ୍କୁ ନେହୁରା ହେଉଛି । ରାଜନୀତି ଆଳରେ ମହିଳାଙ୍କୁ ଅସମ୍ମାନିତ କଲେ ଓଡିଶୀ ବାସୀ ସହିବେ ନାହିଁ । ରାଜ୍ୟବାସୀ ଉଚିତ୍ ଜବାବ୍ ଦେବେ । ନବୀନ କହିଛନ୍ତି, ମୁଁ ବିଜେପିର ନେତୃମଣ୍ଡଳୀଙ୍କୁ ନମ୍ରତାର ସହ କହିରଖିବାକୁ ଚାହେଁ ଯେ ମହିଳାଙ୍କୁ ଅସମ୍ମାନ ରାଜ୍ୟବାସୀ ସହିବେ ନାହିଁ । ରାଜନୀତି ବାହନାରେ ମହିଳାଙ୍କୁ ଅସମ୍ମାନ ଗ୍ରହଣୀୟ ନୁହେଁ । ଏହାକୁ ଓଡିଶାବାସୀ କେବେବି ଗ୍ରହଣ କରିବେ ନାହିଁ ।

Naveen Patnaik

ଉଲ୍ଲେଖଥାଉ କି, ଉପନିର୍ବାଚନ ପ୍ରଚାର ବେଳେ ବିରୋଧୀ ବିଜେପି ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହାଙ୍କ ପ୍ରତି ଆକ୍ଷେପ କରି ଅନେକ ଅରୁଚିକର କଥା କହିଥିବା ବିଜେଡ଼ି ଅଭିଯୋଗ ଆଣିଥିଲା । ଯାହାର ଜୋରଦାର ପ୍ରତିବାଦ କରିଥିଲା ଶାସକ ଦଳ ତଥା ନିଜେ ବିଜେଡି଼ ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଆଜି ବିଜୟ ପରେ ସିଧାସଳଖ ଭିଡିଓ ବାର୍ତ୍ତା ମାଧ୍ୟମରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ନବୀନ ।

ସୂଚନାଥାଉ କି, ପଦ୍ମପୁର ଉପନିର୍ବାଚନରେ ବିଶାଳ ବିଜୟ ହାସଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ପଦ୍ମପୁର ପରୀକ୍ଷାରେ ବର୍ଷାଙ୍କ ମୁଣ୍ଡରେ ହୋଇଛି ଆଶୀର୍ବାଦର ବର୍ଷା । ୪୨୦୬୫ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ମୋଟ ୧,୧୯,୫୧୨ ଖଣ୍ଡ ଭୋଟ ପାଇଛନ୍ତି ବର୍ଷା । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ମିଳିଛି ୭୭, ୪୪୭ ଖଣ୍ଡ ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମିଳିଛି ମାତ୍ର ୩୫୩୧ ଖଣ୍ଡ ଭୋଟ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+