ତୃତୀୟ ସାମ୍ମୁଖ୍ୟରେ ନାହାନ୍ତି ନବୀନ, ମୋଦୀଙ୍କୁ ଭେଟିଲା ପରେ କଲେ ସଷ୍ଟ
ନୂଆଦିଲ୍ଲୀ: ଶେଷ ହେଲା ମୋଦି-ନବୀନ ଭେଟଘାଟ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ସେ ପ୍ରଧାନମ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ତେବେ ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତୁତୀୟ ସାମ୍ମୁଖ୍ୟ ବିଷୟରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୋଦିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ତାଙ୍କ ଦଳ ବିଜେଡି ତୁତୀୟ ସାମ୍ମୁଖ୍ୟରେ ନାହିଁ । ଆଗାମୀ ନିର୍ବାଚନରେ ଏକା ଲଢ଼ିବ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ । କେବଳ ପୁରୀରେ ବିମାନବନ୍ଦର ପାଇଁ ଆଲୋଚନା କରାଯାଇଛି । ଏହାସହ ଭୁବନେଶ୍ୱରରେ ହେଉଥିବା ଟ୍ରାପିକ୍ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରାଯାଇଛି । ଓଡ଼ିଶାରୁ ସ୍ୱାର୍ଥ ତଥା ଓଡ଼ିଶାର ଦାବିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି ।
ତେବେ ନବୀନ-ମୋଦୀଙ୍କ ଭେଟଘାଟ ଆଜି ରାଜନୈତିକ ଦୃଷ୍ଟିରୁ ବେଶ୍ ଚର୍ଚ୍ଚାରେ ରହିଥିଲା । କାରଣ କିଛି ଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଓଡିଶା ଗସ୍ତକୁ ନେଇ ରାଜନୈତିକ ସମୀକ୍ଷକ ମାନେ ଅନେକ ମତ ରଖୁଥିଲେ । ଯେଉଁଥିରେ ଆଜି ପୂର୍ଣ୍ଣଛେଦ୍ ପକାଇଛନ୍ତି ନବୀନ । ଯଦିଓ ନବୀନ କହିଛନ୍ତି କୌଣସି ରାଜନୈତିକ ଆଲୋଚନା ହୋଇନାର୍ହି । ତଥାପି ଏଥିରେ ରାଜନୈତିକ ଗନ୍ଧ ବାରି ହୋଇ ପଡୁଛି ।
ଗତବର୍ଷ ମେ' ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେତେବେଳେ ମଧ୍ୟ ଏହାକୁ ସୌଜନ୍ୟମୂଳକ ସାକ୍ଷାତ କହିଥିଲେ ନବୀନ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଭେଟଘାଟ, ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । କାରଣ ବିରୋଧୀ ସାମୁଖ୍ୟ ନେଇ ଜାତୀୟ ସ୍ତରରେ ଜୋରଦାର ଅଙ୍କକଷା ଚାଲିଥିବା ବେଳେ ନବୀନଙ୍କ ଭୂମିକା ଉପରେ ନଜର ରଖିଛି ସାରା ଦେଶ ।












Click it and Unblock the Notifications