ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଜେଡ଼ି ପ୍ରାର୍ଥୀ ହେବା ପରେ ମା’ ସମଲେଇଙ୍କ ଦର୍ଶନ କଲେ ବବି ଦାସ

ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଜେଡି ବବି ଦାସଙ୍କୁ ପ୍ରାର୍ଥୀ କରିବା ପରେ ଆଜି ଦଳର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ସମ୍ବଲପୁରରେ ପହଞ୍ଚି ମା' ସମଲେଇଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ସେ ସମ୍ବଲପୁରବାସୀଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଭାବବିହ୍ୱଳ ହୋଇଛନ୍ତି ।

ପ୍ରଣବ କହିଛନ୍ତି, ସମ୍ବଲପୁର ମାଟି ସହ ତାଙ୍କ ପରିବାରର ୬୦ ବର୍ଷର ସମ୍ପର୍କ । ତାଙ୍କ ବାପାଙ୍କର ସୁସମ୍ପର୍କ ରହିଥିଲା। ଏଠି ପହଞ୍ଚିଲା ପରେ ଏଠିକାର ଲୋକଙ୍କ ସମର୍ଥନ ଓ ସ୍ନେହ ଦେଖିବା ପରେ ମୁଁ ଆନନ୍ଦିତ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସମ୍ବଲପୁର ଯାଇ ନିଜ ଘରେ ଛିଡ଼ା ହେବା ପରି ଲାଗୁଛି । ସମ୍ବଲପୁରକୁ ଉନ୍ନତିର ଶିଖରକୁ ନେବା ସହ ଏହାର ରୂପାନ୍ତରୀକରଣ ପାଇଁ ତାଙ୍କୁ ଏଠାରେ ପ୍ରାର୍ଥୀ ବିବେଚିତ କରିଛନ୍ତି ।

୨୦୧୯ରେ ସମ୍ବଲପୁର ଲୋକସଭା ଆସନ ଦଖଲ କରିଥିଲା ବିଜେପି । ତେଣୁ ୨୦୨୪ରେ ସମ୍ବଲପୁରରେ ବିଜେପି ପୁଣି ବିଜୟ ବାନା ଉଡାଇବାକୁ ଚାହୁଥିବାବେଳେ ଏଥିରେ ବ୍ରେକ୍ ଲଗାଇ ଏହି ଆସନକୁ କବଜା କରିବା ଲକ୍ଷ୍ୟରେ ରହିଛି ବିଜେଡି ।

୨୦୨୪ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରେ ଦେଖ‌ିବାକୁ ମିଳିବ ସବୁଠାରୁ ବଡ଼ ଲଢ଼େଇ । ଧର୍ମେନ୍ଦ୍ର ପ୍ରଧାନ ବନାମ ବବି ଦାସ । ପୂର୍ବରୁ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରୁ ଲଢିବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା । ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ବାରମ୍ବାର ଗସ୍ତ କରୁଥିଲେ ପ୍ରଣବ ପ୍ରକାଶ ଦାସ । ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରାର୍ଥୀତ୍ବକୁ ନେଇ ମୋହର ଲାଗିଛି ।

ମୁଖ୍ୟମନ୍ତ୍ରୀ ଏବଂ ସମ୍ବଲପୁରବାସୀଙ୍କ ଉପରେ ସେ ଭରସା କରିଛନ୍ତି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇବେ ବୋଲି ତାଙ୍କର ଦୃଢ ବିଶ୍ୱାସ ।

ଗତଥର ନିର୍ବାଚନରେ ପଶ୍ଚିମ ଓଡିଶାରେ ଭଲ ପ୍ରଦର୍ଶନ କରିଥିଲା ବିଜେପି । ୨୦୧୯ରେ ବିଜେଡିର ନଳିନୀକାନ୍ତ ପ୍ରଧାନଙ୍କୁ ସମ୍ବଲପୁରରୁ ହରାଇଥିଲେ ବିଜେପିର ନୀତେଶ ଗଙ୍ଗଦେବ । ବିଜୟ ବ୍ୟବଧାନ ଥିଲା ମାତ୍ର ୯ହଜାର ୧୬୨ । ସମ୍ବଲପୁରରେ ବିଜେପିର ନିଜସ୍ୱ ଭୋଟ୍ ବ୍ୟାଙ୍କ ରହିଛି । ତେଣୁ ଧର୍ମେନ୍ଦ୍ରଙ୍କ ପାଇଁ ଏହା ସେଫ୍ ସିଟ୍ ହୋଇପାରେ ବୋଲି କୁହାଯାଉଥିଲା । ତେବେ ବବି ଦାସ ଛିଡ଼ା ହେବେ ପରେ ସ୍ଥିତି ଅଲଗା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+