ଅଖିଳେଶଙ୍କୁ ସାକ୍ଷାତ କଲେ ଆପ୍ ନେତା ସଞ୍ଜୟ ସିଂ, ଗଠବନ୍ଧନ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଆଜି ଆମ୍ ଆଦମୀ ପାର୍ଟି ନେତା ତଥା ସାଂସଦ ସଞ୍ଜୟ ସିଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏକ ଘଣ୍ଟା ଧରି ବୈଠକ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚାର ଖୋରାକ ଯୋଗାଇଛି। ଏସପି ମୁଖ୍ୟ ଅଖିଳେଶ ଯାଦବ କ୍ଷମତାକୁ ଫେରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଅବ୍ଯାହତ ରଖିଛନ୍ତି ବୋଲି ଏହି ବୈଠକ ପରେ ଆଲୋଚନା ହେଉଛି। ଅଖିଳେଶଙ୍କୁ ଭେଟିବା ଆପ ନେତା ସଞ୍ଜୟ ସିଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ କଥା ହୋଇଥିଲେ।

ସମାଜବାଦୀ ପାର୍ଟି ସହିତ ଗଠବନ୍ଧନ ସମ୍ବନ୍ଧରେ ସଞ୍ଜୟ ସିଂ କହିଛନ୍ତି ଯେ ବର୍ତ୍ତମାନ ଆଲୋଚନା ଆରମ୍ଭ ହେଉଛି। ଅଖିଲେଶଙ୍କ ସହିତ ଫଳପ୍ରଦ ଆଲୋଚନା ହୋଇଛି, କିଛି ନିଷ୍କର୍ଷ ବାହାରିବା ମାତ୍ରେ ଆପଣଙ୍କୁ ସୂଚନା ଦିଆଯିବ। ଆସନ ସଂପର୍କରେ କୌଣସି ଆଲୋଚନା ହୋଇଛି କି ନାହିଁ ପ୍ରଶ୍ନ ଉପରେ ସିଂ କହିଛନ୍ତି ଯେ ସାଧାରଣ ଏଜେଣ୍ଡା ଉପରେ ଆଲୋଚନା ହୋଇଛି।
ବର୍ତ୍ତମାନ ଆରଏଲଡି ପରେ ଆମ ଆଦମି ପାର୍ଟି ସହିତ ଆଲୋଚନା ଆରମ୍ଭ ହୋଇଛି । ସମାଜବାଦୀ ପାର୍ଟି ଆମ୍ ଆଦମୀ ପାର୍ଟି ସହ ମେଣ୍ଟ କରିବାକୁ ପ୍ରସ୍ତୁତ ହେଉଛି, କାରଣ ଅଖିଳେଶ ଅନେକ ଥର କହିଛନ୍ତି ଯେ ସେ ଛୋଟ ଦଳ ସହ ପରବର୍ତ୍ତୀ ନିର୍ବାଚନରେ ନିର୍ବାଚନ ଲଢିବେ। ସୂଚନା ଯୋଗ୍ୟଯେ, ଅଖିଳେଶ ଯାଦବଙ୍କ ସହ ସଞ୍ଜୟ ସିଂଙ୍କ ଏହା ତୃତୀୟ ସାକ୍ଷାତ। ଅଖିଳେଶ ପ୍ରାୟ ଦୁଇମାସ ପୂର୍ବରୁ ସଞ୍ଜୟ ସିଂଙ୍କୁ ଭେଟିଥିଲେ ଏବଂ ନିକଟରେ ମୁଲାୟମ ସିଂଙ୍କ ଜନ୍ମଦିନରେ ଦୁହେଁ ମଧ୍ୟ ସାକ୍ଷାତ ହୋଇଥିଲେ। ଆଜି ପୁଣିଥରେ ତୃତୀୟ ଥର ପାଇଁ ଲୋହିଆ ଟ୍ରଷ୍ଟ କାର୍ଯ୍ୟାଳୟରେ ଅଖିଳେଶ ଏବଂ ସଞ୍ଜୟ ସିଂଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ୟୁପି ନିର୍ବାଚନରେ ଆପ ସହିତ ଗଠବନ୍ଧନ କରି ଦଳକୁ ବିଜେପି ବିରୋଧରେ ଅଧିକ ସୁଦୃଢ କରିବାକୁ ଚାହୁଛନ୍ତି ଅଖିଳେଶ ଯାଦବ।












Click it and Unblock the Notifications