ଆପ୍ ଗୁଜୁରାଟ ମୁଖ୍ୟ ଗୋପାଳ ଇଟାଲିଆ ମୁକ୍ତ
ଗୁଜୁରାଟ ଆପ୍ ମୁଖ୍ୟ ଗୋପାଳ ଇଟାଲିଆଙ୍କୁ ଛାଡ଼ିଲା ଦିଲ୍ଲୀ ପୋଲିସ। ତିନି ଘଣ୍ଟା ଅଟକ ରଖିବା ପରେ ତାଙ୍କୁ ଛଡା ଯାଇଛି ।
ନୂଆଦିଲ୍ଲୀ: ଗୁଜୁରାଟ ଆପ ମୁଖ୍ୟ ଗୋପାଳ ଇଟାଲିଆ ଛାଡ଼ିଲା ଦିଲ୍ଲୀ ପୋଲିସ। ତିନି ଘଣ୍ଟା ଅଟକ ରଖିବା ପରେ ତାଙ୍କୁ ଛଡା ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ପରେ ତାଙ୍କୁ ଅଟକ ରଖାଯାଇଥିଲା। ଏହାପରେ ସରିତା ବିହାର ଥାନାକୁ ନେଇଥିଲା ଦିଲ୍ଲୀ ପୋଲିସ୍।
. @NCWIndia चीफ़ मुझे जेल में डालने की धमकी दे रही है। मोदी सरकार पटेल समाज को जेल के सिवा दे ही क्या सकती है। बीजेपी पाटीदार समाज से नफ़रत करती है। मैं सरदार पटेल का वंशज हूँ। तुम्हारी जेलों से नहीं डरता। डाल दो मुझे जेल में। इन्होंने पुलिस को भी बुला लिया है। मुजे धमका रहे है।
— Gopal Italia (@Gopal_Italia) October 13, 2022
ଜେଲ୍ରୁ ମୁକୁଳିବା ପରେ ଗୋପାଳ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ତାଙ୍କୁ ଗାଳି ଓ ଧମକ ଦେଇଥିବା ସେ କହିଛନ୍ତି। ଏନସିଡବ୍ଲ୍ୟୁ ମୁଖ୍ୟ ଖୁବ ରାଗୀ ଥିଲେ। ସେ ମୋତେ ଦୁର୍ବ୍ୟବହାର ସହିତ ଧମକ ମଧ୍ୟ ଦେଇଛନ୍ତି। ଜେଲରୁ ଆସିବା ପରେ ସେ ରାଜଧାନୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏପରି ମତ ରଖିଛନ୍ତି।

ଗୋପଳ ଇଟାଲିଆ କହିଛନ୍ତି "ମ୍ୟାଡମ ମୋତେ ବହୁତ ଖରାପ ଶୈଳୀରେ ଧମକ ଦେଇଥିଲେ। ତୁମର ଔକାତ କଣ ବୋଲି କମିଶନ ପଚାରିଥିଲେ । ସେ ଆହୁରି କହିଛନ୍ତି " ଦେଶରେ ଆଇନ କାନୁନ ଉପରେ ବିଶ୍ୱାସ କରୁଥିବା ମୁଁ ଜଣେ ସାଧାରଣ ଲୋକ। ଆମେ ମହିଳାଙ୍କୁ ସମ୍ମାନ ଦେଉ। ଯେତେବେଳେ ମୁଁ ସୋଶାଲ୍ ମିଡିଆରେ ଜାଣିଲି ଯେ ମହିଳା କମିଶନ ମୋତେ ସମନ କରିଛନ୍ତି , ଏହାପରେ ମୁଁ କୌଣସି ବିନା ବାହାନାରେ ସେଠାରେ ପହଞ୍ଚିଥିଲି।"
. @NCWIndia चीफ़ मुझे जेल में डालने की धमकी दे रही है। मोदी सरकार पटेल समाज को जेल के सिवा दे ही क्या सकती है। बीजेपी पाटीदार समाज से नफ़रत करती है। मैं सरदार पटेल का वंशज हूँ। तुम्हारी जेलों से नहीं डरता। डाल दो मुझे जेल में। इन्होंने पुलिस को भी बुला लिया है। मुजे धमका रहे है।
— Gopal Italia (@Gopal_Italia) October 13, 2022
ଗୋପାଳଙ୍କୁ ସମନ ପରେ ମହିଳା କମିଶନଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆପ୍ କର୍ମୀ। ଆଜି ଗୋପାଳ ଜେଲ୍ରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛି ଆମ ଆଦ୍ମି ପାର୍ଟି। ଦଳ ମୁଖ୍ୟ ଅରବିନ୍ଦ କେଜରିୱାଲ୍ ଟ୍ୱିଟ୍ କରି ଲେଖିଛନ୍ତି "ଗୁଜୁରାଟର ଲୋକଙ୍କର ବିଜୟ ହେଲା।"

Click it and Unblock the Notifications