Haryana Assembly Election 2024:ହରିୟାଣାରେ ମେଣ୍ଟ ଚାହୁଁଛି କଂଗ୍ରେସ, ଆପ୍ ମାଗୁଛି ୨୦ ଆସନ!

Haryana Assembly Election 2024: ହରିଆଣା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଇଣ୍ଡିଆ ମେଣ୍ଟରେ ଆସନ ବୁଝାମଣା ନେଇ ଟଣାଓଟରା ଆରମ୍ଭ ହୋଇଛି। ଆପ୍ ସହ କଂଗ୍ରେସର ଆସନବୁଝାମଣା ଅମୀମାଂସିତ ରହିଛି। କାରଣ ଆପ୍ ହରିଆଣାରେ ୨୦ ଆସନରେ ନିର୍ବାଚନ ଲଢିବାକୁ ଦାବି ରଖିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ହରିୟାଣା ନିର୍ବାଚନରେ ଆପକୁ ସହଯୋଗୀ କରିବାକୁ ଚାହୁଁଥିବା କୁହାଯାଉଛି। ଏନେଇ ଦଳ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନଥିଲେ ମଧ୍ୟ ରାହୁଲ ଗାନ୍ଧି ଆପ୍ ସହ ମେଣ୍ଟ ଚାହୁଁଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ଗତକାଲି ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହରିୟାଣାର ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କରାଯାଇଥିଲା। କଂଗ୍ରେସ ରାଜ୍ୟରେ 30ରୁ ଅଧିକ ନାମ ଚୂଡାନ୍ତ କରିଛି। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ହରିୟାଣାରେ ଶାସକ ବିଜେପିକୁ ମାତ ଦେବାକୁ କଂଗ୍ରେସ ପାଇଁ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ଥିଲା । ସହଯୋଗୀ ଦଳଗୁଡ଼ିକ ନିଜ ନିଜର ଏଜେଣ୍ଡା ପାଇଁ କଂଗ୍ରେସର ଫର୍ମୁଲାରେ ରାଜି ହେଉନଥିବା କୁହାଯାଉଛି ।

AAP Congress Alliance In Haryana

ବିଜେପିକୁ ମାତ ଦେଇ ହରିୟାଣାରେ ସରକାର ଗଢ଼ିବାକୁ ବେଶ ଆଶାବାଦୀ କଂଗ୍ରେସ । ଏଭଳି ସ୍ଥିତିରେ ନିଜର ସହଯୋଗୀ ଦଳଙ୍କୁ କେତୋଟି ଆସନରେ ଲଢ଼ିବା ପାଇଁ ଦିଆଯିବ ସେନେଇ କଂଗ୍ରେସ ନିଷ୍ପତ୍ତି ନେଉଛି । ହେଲେ ଏଭଳି ସ୍ଥିତିରେ ଆପ୍‌ ୨୦ଟି ଆସନ ଦାବି କରୁଥିବା ଜଣାପଡ଼ିଛି । ଗତ ଲୋକସଭା ନିର୍ବାଚନରେ ସଫଳତାକୁ ଦେଖି ଆପ୍‌ ବିଧାନସଭା ନିର୍ବାଚନରେ ୨୦ଟି ଆସନରେ ଲଢ଼ିବ ବୋଲି ଦାବି କରୁଛି

ଉଲ୍ଲେଖଯୋଗ୍ୟ, ଅକ୍ଟୋବର 1ରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାର ଥିଲା। କିନ୍ତୁ ବିଷ୍ଣୋଇ ସମ୍ପ୍ରଦାୟର ଏକ ପାରମ୍ପାରିକ ପୂଜା ଅସୋଜ ଅମାବାସ୍ୟା ଥିବାରୁ ନିର୍ବାଚନକୁ ଅକ୍ଟୋବର 5କୁ ଘୂଞ୍ଚାଇ ଦିଆଯାଇଛି। ଅକ୍ଟୋବର 8ରେ ଫଳାଫଳ ପ୍ରକାଶ ପାଇବ। ଏହି ଦିନ ଜମ୍ମୁ-କଶ୍ମୀର ରେଜଲ୍ଟ ମଧ୍ୟ ଘୋଷଣା ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+