ଲୋକସଭା ନିର୍ବାଚନ ୨୦୨୪: ଦିଲ୍ଲୀରେ ଆପ୍-କଂଗ୍ରେସ ମେଣ୍ଟ
Lok Sabha Election 2024: ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏକ ମେଣ୍ଟ ହୋଇଛି । ମେଣ୍ଟ ଅଧୀନରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ନୂଆଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ ଏବଂ ପୂର୍ବ ଦିଲ୍ଲୀରେ ନିର୍ବାଚନ ଲଢିବ । ସେହିପରି କଂଗ୍ରେସ ପୂର୍ବ ଦିଲ୍ଲୀ, ଉତ୍ତର-ପୂର୍ବ ଦିଲ୍ଲୀ ଏବଂ ଚାନ୍ଦନୀ ଚୌକ୍ ଆସନରୁ ନିର୍ବାଚନ ଲଢିବା ନେଇ ସୂଚନା ରହିଛି । ଏହା ସହିତ କଂଗ୍ରେସ ଦଳ ଗୋଆର ଉଭୟ ଆସନରେ ନିର୍ବାଚନ ଲଢିବାର ଆଶଙ୍କା ରହିଛି ।
ଗୁଜୁରାଟରେ କଂଗ୍ରେସ ଦଳ 24 ଟି ଆସନରେ ଏବଂ AAP ପ୍ରାର୍ଥୀ ଦୁଇଟି ଆସନରେ ନିର୍ବାଚନ ଲଢିବ । ଏହା ସହିତ କଂଗ୍ରେସ ପ୍ରାର୍ଥୀମାନେ ହରିୟାଣାର 9 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଆମ୍ ଆଦମୀ ପାର୍ଟି କୁରୁକ୍ଷେତ୍ର ଲୋକସଭା ଆସନରୁ ପ୍ରାର୍ଥୀ ଦେବେ। ତେବେ ଖୁବ୍ ଶୀଘ୍ର ଆପ୍ ପ୍ରାର୍ଥୀ ଘୋଷଣା କରିପାରେ ।

ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ଚଣ୍ଡିଗଡ଼ର ଲୋକସଭା ଆସନରେ ଆମ୍ ଆଦମୀ ପାର୍ଟି ନିର୍ବାଚନ ଲଢିପାରେ । ତେବେ ପଞ୍ଜାବରେ ଦୁଇ ଦଳ ମଧ୍ୟରେ କୌଣସି ଚୁକ୍ତି ହୋଇନାହିଁ। ଏଠାରେ ଉଭୟ ଦଳ ପରସ୍ପର ବିରୋଧରେ ନିର୍ବାଚନୀ ଲଢିବା ନେଇ ସୂଚନା ରହିଛି ।
ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ଅନେକ ଆସନରୁ ପ୍ରାର୍ଥୀ ଘୋଷଣା କରିସାରିଛି । ଏହାପୂର୍ବରୁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ କଂଗ୍ରେସ ଏବଂ ସମାଜବାଦି ପାର୍ଟି ମଧ୍ୟରେ ଏକ ମେଣ୍ଟ ହୋଇଛି । ଯେଉଁଥିରେ କଂଗ୍ରେସ ୟୁପିରେ 17 ଟି ଆସନରେ ଏବଂ ଏସପି ମଧ୍ୟପ୍ରଦେଶର ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ସୂଚନା ରହିଛି ।












Click it and Unblock the Notifications