୨୦୨୦ ଦିଲ୍ଲୀ ଦଙ୍ଗା: ପୂର୍ବତନ ଆପ୍ କାଉନସିଲର ତାହିର ହୁସେନ ମୁଖ୍ୟ ଷଡଯନ୍ତ୍ରକାରୀ, ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ବଢିଲା ଆମ ଆଦମୀ ପାର୍ଟିର ଅଡୁଆ । ୨୦୨୦ରେ ହୋଇଥିବା ଦିଲ୍ଲୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନସିଲର ତାହିର ହୁସେନ । ଗତକାଲି ତେଜିନ୍ଦର ବାଗାଙ୍କ ଗିରଫଦାରିକୁ ନେଇ ହାଇ ଡ୍ରାମା ଦେଖିବାକୁ ମିଳିଥିବା ବେଳେ ଆମ ଆଦମୀ ପାର୍ଟିରେ ଏହି ନେତାଙ୍କ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହେବା ଦଳକୁ ବ୍ୟାକଫୁଟକୁ ନେଇ ଆସିଛି । ଦିଲ୍ଲୀର ଏକ ନିମ୍ନ ଅଦାଲତରେ ଦୁଇ ବର୍ଷ ଧରି ଚାଲିଥିବା ଏହି ମାମଲାର ଚୁଡାନ୍ତ ରାୟ ପ୍ରକାଶ ପାଇଛି। ଏଥିରେ ତାହିରଙ୍କ ସମେତ ୬ଜଣଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି।

aap leader tahir hussain

ଦିଲ୍ଲୀ ଦଙ୍ଗା ସମ୍ପୂର୍ଣ ପ୍ରାୟୋଜିତ ହୋଇଥିବା ନେଇ ତଦନ୍ତରୁ ଜଣା ପଡିଛି। ତେବେ ଦଙ୍ଗା ଭିଆଇଥିବା ତାହିରଙ୍କୁ ଗିରଫ କରାଯିବା ପରେ ଆମ ଆଦମୀ ପାର୍ଟି ପକ୍ଷରୁ ବିରୋଧ କରଯାଇଥିଲା। ସେ ମୁସଲମାନ ହୋଇଥିବା ଯୋଗୁ ଗିରଫ କରାଯାଇଛି ବୋଲି ଅଭିଯୋଗ ଆଣିଥିଲା ଆପ। ଅଦାଲତଙ୍କ ସୂଚନା ମୁତବକ, ପ୍ରାରମ୍ବିକ ତଦନ୍ତରୁ ଜଣାପଡିଛି ତାହିର ଦଙ୍ଗାରେ ସାମିଲ ରହିବା ସହିତ ଦଙ୍ଗାକୁ ଉସକାଇବାକୁ ଯେଉଁ ସବୁ ପରିବେଶ ଆବଶ୍ୟକ ତାକୁ ତିଆରି କରିବାରେ ନେତୃତ୍ୱ ନେଇଥିଲେ। ଏହି ମାମଲାର ଶୁଣାଣି ସମୟରେ କୋର୍ଟ ମନ୍ତବ୍ୟ ଦେଇ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରେ ଯେଉଁ ତଥ୍ୟ ବାହାରିଛି, ତାହିର ହୁସେନ୍ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିବା ଜଣାପଡିଛି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ତାହିର ହୁସେନ୍‌ଙ୍କ ଘରେ ପଥର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜମା କରାଯାଇଥିଲା।

ଏହି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ପୋଲିସ କହିଛି ଯେ, ୨୦୨୦ ମସିହାରେ ହୋଇଥିବା ଦଙ୍ଗା ସମୟରେ, ପୂର୍ବତନ ଆମ୍ ଆଦମୀ ପାର୍ଟିର କାଉନସିଲର ତାହିର ହୁସେନଙ୍କ ଘରୁ ପଥର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ପ୍ରମାଣ ମିଳିଛି। ଚାର୍ଜସିଟରେ ପୋଲିସ କହିଛି ଯେ ତାହିର ହୁସେନ୍ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଆକ୍ରମଣ କରିବା ସହ ଦଙ୍ଗା ସୃଷ୍ଟି କରିବାରେ ସମ୍ପୃକ୍ତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+