ରାଜଧାନୀର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ 5T ସଚିବ

ରାଜଧାନୀର କିଛି ସ୍କୁଲ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ୍ । ଭୁବନେଶ୍ୱରର ୟୁନିଟ୍-୬, ୟୁନିଟ୍-୧, କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୯ ବାଳିକା ହାଇସ୍କୁଲ୍ ଓ ଆଇଆରସି ଭିଲେଜ ପରିଦର୍ଶନ କରିଛନ୍ତି ।

ଭୁବନେଶ୍ବର: ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ରବିବାର ଆଜି ସାରା ରାଜ୍ୟରେ ଖୋଲିଛି । ତେବେ ରବିବାର ସ୍କୁଲ ଖୋଲିଥିବା ବେଳେ ରାଜଧାନୀର କିଛି ସ୍କୁଲ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ୍ । ଭୁବନେଶ୍ୱରର ୟୁନିଟ୍-୬, ୟୁନିଟ୍-୧, କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୯ ବାଳିକା ହାଇସ୍କୁଲ୍ ଓ ଆଇଆରସି ଭିଲେଜ ପରିଦର୍ଶନ କରିଛନ୍ତି । ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ସ୍କୁଲର ସମସ୍ୟା ନେଇ ଆଲୋଚନା କରିଛନ୍ତି ।

V.K. Pandian

ହାଇସ୍କୁଲରେ ଥିବା ସାଇନ୍ସ ଲାବ, ସ୍ମାର୍ଟ କ୍ଲାସରୁମ୍, ରାଇବ୍ରେରୀ ରିଡିଂ ରୁମ୍, ଖେଳ ସୁବିଧା ସହ ଦଶମରେ A1 ଗ୍ରେଡ୍ ପରୀକ୍ଷା ଫଳ ନେଇ 5T ସଚିବ ପାଣ୍ଡିଆନ୍ ଆଲୋଚନା କରିଛନ୍ତି । ହାଇସ୍କୁଲ୍ ଗୁଡ଼ିକରେ ଏବେ ଥିବା ଭିତ୍ତିଭୂମି ଏବଂ କଣ କରାଗଲେ ଏଥିରେ ସୁଧାର ଆସିପାରିବ ସେନେଇ ନେଇ 5T ସଚିବ ପାଣ୍ଡିଆନ୍ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି ।

ସେହିପରି ମୋ ସ୍କୁଲ କାର୍ଯ୍ୟକ୍ରମ କିଭଳି ଚାଲିଛି ଓ ବିଦ୍ୟାଳୟ କେତେ ସକ୍ରିୟ ଅଛି, ସେମ୍ପର୍କରେ ପଚାରି ବୁଝିଥିଲେ ପାଣ୍ଡ୍ୟାଆନ । ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଗ୍ରହଣ ଲାଗି ଅନୁକୂଳ, ପ୍ରେରଣାଦାୟୀ, ବୈଜ୍ଞାନିକ ଶୈଳୀରେ ଶିକ୍ଷା ଉପରେ 5T ସଚିବ ଭି.କେ ପାଣ୍ଡିଆନ୍ ଗୁରୁତ୍ୱାରୋପ କରିଛନ୍ତି । 5T ସଚିବଙ୍କ ବିଦ୍ୟାଳୟ ପରିଦର୍ଶନ ବେଳେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+