୫ ରାଜ୍ୟ ନର୍ବାଚନ ତାରିଖ ଘୋଷଣା: ଡିସେମ୍ବର ୩ରେ ୫ ରାଜ୍ୟରେ ହେବ ଭୋଟ ଗଣତି
5 State Assembly Election 2023 Full Schedule Announced: ମିଜୋରାମ ସହ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଆଜି ତାରିଖ ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ ଏବଂ ମିଜୋରାମର ନିର୍ବାଚନ ସୂଚୀ ଘୋଷଣା କରାଯାଇଛି।
ମୋଟ 40 ଟି ବିଧାନସଭା ଆସନ ଥିବା ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର 7 ରେ ଗୋଟିଏ ପର୍ଯ୍ୟାୟରେ ଏଠାରେ ଭୋଟ୍ ଅନୁଷ୍ଠିତ ହେବ, ଯାହାର ଫଳାଫଳ ଡିସେମ୍ବର 3 ଘୋଷଣା କରାଯିବ ଅର୍ଥାତା ଡିସେମ୍ବପ ୩ରେ ଗଣତି ହେବ ସେହିପରି ଡିସେମ୍ବପ ୫ରେ ସରିବ ନିର୍ବାଚନ ପ୍ରକ୍ରିୟା ।

ସେହିପରି ମଧ୍ୟପ୍ରଦେଶରେ 17 ନଭେମ୍ବର, ଛତିଶଗଡ଼ରେ 2ଟି ପର୍ଯ୍ୟାୟରେ ନିର୍ବାଚନ 17 ନଭେମ୍ବରରେ, ରାଜସ୍ଥାନରେ 23 ନଭେମ୍ବରରେ ଏବଂ ତେଲେଙ୍ଗାନାରେ 30 ନଭେମ୍ବରରେ ଭୋଟ ଗ୍ରହଣ ହେବ । ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଓ ତେଲଙ୍ଗାନାରେ 2018 ଭଳି ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । ସେହିପରି ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବା ନେଇ ଇସିଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।
ନିର୍ବାଚନ ଆୟୋଗ ଦେଇଥିବା ସୂଚନା ଅନୁସାରେ, ରାଜସ୍ଥାନରେ ମୋଟ୍ 5.25 କୋଟି ଭୋଟର୍ ରହିଛନ୍ତି । ଏହା ମଧ୍ୟରେ 2.73 କୋଟି ପୁରୁଷ ଭୋଟର ଥିବେବେଳେ 2.52 କୋଟି ମହିଳା ଭୋଟର ରହିଛନ୍ତି ।ତେହେ ଚଳିତବର୍ଷ ବିଧାନସଭା ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
2018 ରେ ମଧ୍ୟପ୍ରଦେଶ ଏବଂ ମିଜୋରାମରେ 18 ନଭେମ୍ବରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବାବେଳେ ରାଜସ୍ଥାନ ଏବଂ ତେଲେଙ୍ଗାନାରେ ୭ ଡିସେମ୍ବରରେ ଭୋଟ୍ ଗ୍ରହଣ ହୋଇଥିଲା । ସେହିପରି ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ନଭେମ୍ବର 12 ରେ 18 ବିଧାନସଭା ଆସନ ପାଇଁ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର 20 ରେ 72 ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିଲା । ସମସ୍ତ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଭୋଟର ଗଣନା 11 ଡିସେମ୍ବର 2018 ରେ ଏକକାଳୀନ ହୋଇଥିଲା । ମଧ୍ୟପ୍ରଦେଶରେ ବିଜେପି କ୍ଷମତାରେ ଥିବାବେଳେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ରହିଛି । ତେଲେଙ୍ଗାନାରେ ବିଆରଏସ ଏବଂ ମିଜୋରାମରେ ଏମଏନଏଫ ପରି ଏକ ଆଞ୍ଚଳିକ ଦଳ କ୍ଷମତାରେ ରହିଛନ୍ତି ।
ମୁଖ୍ୟ ନିର୍ବାଚନ ଆୟୋଗକଙ୍କ ସୂଚନା ଅନୁସାରେ, ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ମୋଟ୍ ୬୭୯ ବିଧାନସଭା ରହଛି ଯେଉଁଥିରେ ୧୬.୧୪ କୋଟି ଲୋକ ନିଜ ସରକାର ନିର୍ଦ୍ଧାରଣ କରିହେ । ତେବେ ଏହି ୫ଟି ରାଜ୍ୟରେ ମୋଟ୍ 8.2 କୋଟି ପୁରୁଷ ଭୋଟର ଥିବାବେଳେ, 7.8 କୋଟି ମହିଳା ଭୋଟର ଅଛନ୍ତି । ଅନ୍ୟପକ୍ଷରେ ଏଥର ନିର୍ବାଚନରେ 60.2 ଲକ୍ଷ ନୂଆ ଭୋଟର ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ରାଜୀବ କୁମାର ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications