୪ ବିଧାନସଭାର ଆରମ୍ଭ ହେଲା ଭୋଟ୍ ଗଣତି, କେନ୍ଦ୍ର ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା
4 States Assembly Election Results 2023: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନାରେ ଆରମ୍ଭ ହେଲା ଭୋଟ ଗଣତି । କଡା ସୁରକ୍ଷା ମଧ୍ୟରେ ହେଉଛି ଗଣତି । ପ୍ରଥମେ ପୋଷ୍ଚାଲ୍ ବାଲଟ୍ ଗଣତି ହେଉଛି, ୮.୩୦ରେ ଇଭିଏମ୍ ଖୋଳିବ ।

ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି । ତେଲେଙ୍ଗାନାରେ ଶାସକ ଦଳକୁ କଡ଼ା ଟକ୍କର ଦେଉଛି କଂଗ୍ରେସ । ସକାଳ ୮ ଟାରୁ ଭୋଟଗଣତି ଆରମ୍ଭ ହୋଇଛି । ତେବେ ଏହି ଫଳାଫଳକୁ ୨୦୨୪ପୂର୍ବରୁ ସେମିଫାଇନାଲ ବୋଲି କୁହାଯାଉଛି । ତେଣୁ ଏହି ୪ ରାଜ୍ୟର ରେଜଲ୍ଟ ଉପରେ ରହିଛି ସମସ୍ତଙ୍କ ନଜର ।
ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ଓ ବି ଆର୍ ଏସ୍ ମଧ୍ୟରେ ଶାସନ ହାତେଇବାକୁ ହୋଇଥିଲା କଡ଼ା ମୁକାବିଲା । ଆସନ୍ତା 2024 ଲୋକସଭା ନିର୍ବାଚନ ପୂର୍ବରୁ ଏହି ବିଧାନସଭା ନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଥିବା ବେଳେ ବିଜେପି ଓ କଂଗ୍ରେସ ଉପରେ ଲୋକଙ୍କ ଆସ୍ଥା କଣ ରହିଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।












Click it and Unblock the Notifications