ବାଚସ୍ପତିଙ୍କୁ ଚପଳ ଫିଙ୍ଗା ଘଟଣାରେ ତିନି ବିଜେପି ବିଧାୟକ ନିଲମ୍ବିତ
ବାଚସ୍ପତିଙ୍କୁ ଚପଳ ଫିଙ୍ଗା ଘଟଣାରେ ତିନି ବିଜେପି ବିଧାୟକ ନିଲମ୍ବିତ କରିଛନ୍ତି ବାଚସ୍ପତି
ଭୁବନେଶ୍ୱର : ବାଚସ୍ପତିଙ୍କୁ ଉପରକୁ ଜୋତା ଫୋପାଡିବା ପ୍ରସଙ୍ଗରେ ବିରୋଧୀ ବିଜେପିର ତିନି ଜଣ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ବିଧାୟକ ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝୀଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହି ଅଧିବେଶନ ପାଇଁ ଏହି ତିନି ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଏହାପୂର୍ବରୁ ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡିବା ପ୍ରସଙ୍ଗରେ ଭିଡିଓର ହୋଇଥିଲା ଯାଞ୍ଚ । ବାଚସ୍ପତିଙ୍କ ପ୍ରକୋଷ୍ଠକୁ ସରକାରୀ ଦଳ ମୁଖ୍ୟ ସଚେତକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ଭିଡିଓକୁ ଯାଞ୍ଚ କରିଥିଲେ । ଜୋତା ଫିଙ୍ଗା ଭିଡିଓ କ୍ଲିପ୍ ମଧ୍ୟ ବାଚସ୍ପତିଙ୍କ ପ୍ରକୋଷ୍ଠକୁ ନିଆଯାଇଥିଲା ।

ଏଠାରେ ସୂଚନାଥାଉକି, ଆଜି ମଧ୍ୟାହ୍ନରେ ସରକାର ସଂଶୋଧିତ ଲୋକାୟୁକ୍ତ ବିଲ୍ 2021 କୁ ଗୃହୀତ କରାଇଥିଲେ । ଏହାର ପ୍ରତିବାଦରେ ବିଜେପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଏପରିକି ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିବା ସହ ପୋଡିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ଦୁଇ ବରିଷ୍ଠ ବିଜେପି ବିଧାୟକ ବାଚସ୍ପତିଙ୍କ ଆସନକୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା କୁହାଯାଇଥିଲା । ଆହୁରି ମଧ୍ୟ ବିଜେପି ବିଧାୟକ ମୋହନ ମାଝୀ ବାଚସ୍ପତିଙ୍କୁ ଲକ୍ଷ୍ୟ କରି ପୋଡିୟମ୍ ଉପରକୁ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications