ପଦ୍ମପୁର ଉପନିର୍ବାଚନ: ୧୧ ଟା ସୁଦ୍ଧା ୨୯.୩୭% ମତଦାନ

ପଦ୍ମପୁର ଉପନିର୍ବାଚନ: ୧୧ ଟା ସୁଦ୍ଧା ୨୯.୩୭% ମତଦାନ

ପଦ୍ମପୁର ଉପନିର୍ବାଚନ: ସକାଳ ୭ଟାରୁ ଆରମ୍ଭ ହୋଇଛି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟିଂ । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି । ୩୧୯ ବୁଥରେ ଚାଲିଛି ମତଦାନ, ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଉଛନ୍ତି ଲୋକେ । ପୂର୍ବାହ୍ନ ୧୧ ଟା ସୁଦ୍ଧା ୨୯.୩୭% ମତଦାନ ହୋଇଛି । ସେହିପରି ସକାଳ ୯ଟା ସୁଦ୍ଧା ପଦ୍ମପୁରରେ ୮.୫% ମତଦାନ ହୋଇଥିଲା । ମତଦାନ ପାଇଁ ସମସ୍ତ ପୁଲିଂ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Padmapur Bypoll

ମତାଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମତଦାନ ସରିବା ପରେ ପୋଲିଂ ପାର୍ଟିମାନେ ସୁରକ୍ଷିତ ଫେରିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ଜଣ ସେକ୍ଟର ଅଫିସର, ୪୫ ଜଣ ମୋବାଇଲ୍ ପୋଲିସ୍ ମୁତୟନ କରାଯାଇଛି । ତେବେ ମକ ପୋଲ ସମୟର ୪ ଟି ବୁଥ , ମତଦାନ ସମୟରେ ୪ ଟା ବୁଥ ରେ ଇଭିଏମ ତ୍ରୁଟି ହୋଇଥିଲା। ବର୍ତ୍ତମାନ୍ ସୁଦ୍ଧା ୪ ଟା ବ୍ୟାଲଟ ୟୁନିଟ ,୩ ଟା କଣ୍ଟ୍ରୋଲ ୟୁନିଟ ,୮ ଟା ଭି ଭି ପାଟ ରିପ୍ଲସ୍ କରାଯାଇଛି । ଅଧିକ ରୁ ଅଧିକ ଭୋଟର ମତଦାନ ପାଇଁ ଅପିଲ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟ ପୋଲିସ ବ୍ୟତୀତ ୯ କମ୍ପାନୀ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି। ଭୋଟ ସରିବା କ୍ଷଣି ପୋଲିଂ ପାର୍ଟଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଛି । ମାଓପ୍ରବଣ ଅଞ୍ଚଳ ସହ ମୋଟ ୭୭ ଟି ସମ୍ବେଦନ ଶିଲ ବୁଥ ପାଇଁ ଆଜି ସକାଳୁ ପୋଲିଂ ବୁଥକୁ ଯାଇଥିଲେ ପୋଲିଂ କର୍ମଚାରୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+