୨୦୨୪ ରାଜ୍ୟ କଂଗ୍ରେସ ପାଇଁ ଶେଷ ପରୀକ୍ଷା: ଜୟଦେବ ଜେନା
୨୦୨୪ କଂଗ୍ରେସ ପାଇଁ ହେବ ଶେଷ ସୁଯୋଗ। ଯଦି କଂଗ୍ରେସ ଏକାଠି ହୋଇ ନିର୍ବାଚନ ନ ଲଢେ, ତେବେ ଦଳକୁ କେହି ବଞ୍ଚାଇ ପାରିବେନି । ଏପରିକି ଭଗବାନ ବି ଦଳକୁ ରକ୍ଷା କରି ପାରିବେନି । ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ଆଜି ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ପିସିସି
ଭୁବନେଶ୍ୱର: ୨୦୨୪ କଂଗ୍ରେସ ପାଇଁ ହେବ ଶେଷ ସୁଯୋଗ। ଯଦି କଂଗ୍ରେସ ଏକାଠି ହୋଇ ନିର୍ବାଚନ ନ ଲଢେ, ତେବେ ଦଳକୁ କେହି ବଞ୍ଚାଇ ପାରିବେନି । ଏପରିକି ଭଗବାନ ବି ଦଳକୁ ରକ୍ଷା କରି ପାରିବେନି । ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ଆଜି ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ।

ସେ କହିଛନ୍ତି, ରାଜ୍ୟ କଂଗ୍ରେସରେ ୯ଜଣ ବିଧାୟକ ଅଛନ୍ତି । ମୋକିମ ବାବୁ ନିଜ ବିବେକ କଥା ଶୁଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବା ବିଜେପିକୁ ଭୋଟ୍ ଦେଇଥିଲେ। ଆଉ ୮ଜଣଙ୍କ ମଧ୍ୟରେ କୌଣସି ବିବାଦ ନାହିଁ । ମୋକିମ ବାବୁ କେବଳ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ସେ କଂଗ୍ରେସ ବିରୋଧରେ କିଛି ମନ୍ତବ୍ୟ ଦେଇ ନାହାନ୍ତି । ତେଣୁ କଂଗ୍ରେସ ୨୦୨୪ ନିର୍ବାଚନରେ ଏକାଠି ହୋଇ କାମ କରିବ।
ସେପଟେ ସେପ୍ଟେମ୍ବର ସୁଦ୍ଧା ଗଠନ ହେବ ରାଜ୍ୟ କଂଗ୍ରେସର ନୂଆ କମିଟି । ବ୍ଲକ୍ ସଭାପତି, ଜିଲ୍ଲା ସଭାପତି, ରାଜ୍ୟସ୍ତରୀୟ କମିଟିକୁ ନୂଆ ରୂପ ଦିଆଯିବ । ଏଥିପାଇଁ ପ୍ରକ୍ରିୟା ଜାରି ରହିଛି । ଅଗଷ୍ଟ ୨୮ରେ ହେବାକୁ ଥିବା CWC ବୈଠକରେ ଏହି କମିଟି ଉପରେ ମୋହର ମରାଯିବ । ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ୯ ବିଧାୟକରୁ ୯୦ କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । କଂଗ୍ରେସ ସବୁବେଳେ ଲୋକଙ୍କ ସହ ରହିଛି । ୨୦୨୪ ନିର୍ବାଚନରେ ଭଲ ଫଳ ମିଳିବ ବୋଲି ଶରତ ପଟ୍ଟନାୟକ ଆଶା ରଖିଛନ୍ତି ।












Click it and Unblock the Notifications