ପିପିଲି ଉପନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀ ଦାଖଲ କରିଛନ୍ତି ନାମାଙ୍କନ
ପିପିଲି ଉପନିର୍ବାଚନ ପାଇଁ 15 ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟସର ଦାଖଲ କରିଛନ୍ତି ।
ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ 15 ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟସର ଦାଖଲ କରିଛନ୍ତି । ତେବେ ରାଜ୍ୟ 3 ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ବ୍ୟତିତ ଅନ୍ୟ 12 ଜଣ ମଧ୍ୟ ପିପିଲି ଉପନିର୍ବାଚନ ମହାସମରେ ସାମିଲ ହେବେ ।

ସେମାନେ ହେଲେ ସମ୍ବିତ୍ ପଟ୍ଟନାୟକ, ସନ୍ତୋଷ କୁମାର ମହାପାତ୍ର, ଅଶୋକ ପ୍ରଧାନ, ସନ୍ତୋଷ କୁମାର ଦାସ, ମହମ୍ମଦ ଇମାମ ଉଦ୍ଦୀନ, ଜୟ ପ୍ରକାଶ ସେଠୀ, ଅଜିତ ମଙ୍ଗରାଜ, ଦୀପକ କୁମାର ଦାସ, ନଗେନ୍ଦ୍ର ନାଥ ମିଶ୍ର, ସ୍ବପ୍ନେଶ୍ବର ନାୟକ, ସୁଲୋଚନା ସାହୁ, ପ୍ରିୟ ରଞ୍ଜନ ମିଶ୍ର ଓ ପିଙ୍କଲିନ୍ ମହାନ୍ତି । ତେବେ ଏହି 12 ସ୍ବାଧିନ ପ୍ରାର୍ଥୀଙ୍କ ବ୍ୟତିତ ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ, କଂଗ୍ରେସରୁ ଅଜିତ୍ ମଙ୍ଗରାଜ ଓ ବିଜେପିରୁ ଆଶ୍ରିତ୍ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ଆଜି ଅର୍ଥାତ 31.03.2021ରେ ପ୍ରାର୍ଥୀ ପତ୍ର ଗୁଡୁକର ଯାଞ୍ଚ ହେବ । ଆସନ୍ତା 3 ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି । ସୂନାଥାଉ କି, ଆସନ୍ତା 17 ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଓ ଫଳାଫଳ ମେ'୨ରେ ପ୍ରକାଶ ପାଇବ ।












Click it and Unblock the Notifications