ଧାମନଗର ଉପନିର୍ବାଚନ: ଭୋଟିଂ ପାଇଁ ୧୧ ଶହ ପୋଲିଂ ଅଧିକାରୀ , ୫୦% ବୁଥରେ ୱେବକାଷ୍ଟିଂ
ପାଖେଇ ଆସିଲାଣି ଧାମନଗର ଉପନିର୍ବାଚନ। ଏନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଲୋହାନୀଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ଭୁବନେଶ୍ୱର: ପାଖେଇ ଆସିଲାଣି ଧାମନଗର ଉପନିର୍ବାଚନ। ଏନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଲୋହାନୀଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଭୋଟିଂ ପାଇଁ ୧୧ ଶହ ପୋଲିଂ ଅଧିକାରୀ ରହିବେ । ୫୦% ବୁଥରେ ୱେବ୍କାଷ୍ଟିଂ ହେବ । ଉପନିର୍ବାଚନ ପାଇଁ ୨ ଜଣ ସେଣ୍ଟ୍ରାଲ ଅବଜରଭର ଆସି ସାରିଛନ୍ତି। ପୁଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୦୬ ସମ୍ବେଦନଶୀଳ ବୁଥ ରହିଛି। ନଭେମ୍ବର ୧ ତାରିଖରେ ପୋଲିଂ ପାର୍ଟିଗୁଡ଼ିକ ବୁଥରେ ପହଞ୍ଚିବେ ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି ।

ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ରାଜନୈତିକ ଦଳ ପକ୍ଷରୁ ଅନେକ ଅଭିଯୋଗ ହୋଇଛି । ସେସବୁର ଭେରିଫିକେସନ କରିବାକୁ ଜିଲାପାଳଙ୍କୁ ପଠାଯାଉଛି । ସେହିପରି ଏସଜିଏଚ ମହିଳା ଟଙ୍କା ବଣ୍ଟା ଭାଇରାଲ ଆଇନ ଅନୁଯାୟୀ ଏଫଆର ପଞ୍ଜିକୃତ କରାଯାଇଛି । କୋଟିଏ ଟଙ୍କା ଅଫର ଦେବା ପ୍ରସଙ୍ଗରେ ବି ଏଫଆର ପଞ୍ଜିକୃତ କରାଯାଇଛି । ଏହା ସହ ଜେଏମଏଫସି କୋର୍ଟରେ ବି ତାଙ୍କୁ ପ୍ରଡ୍ୟୁସ କରାଯାଇଛି ।
ଉଲ୍ଲେଖଥାଉ କି, ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟାରେ ପ୍ରଚାର ସରିବ। ୩ ତାରିଖରେ ନିର୍ବାଚନ ହେବ। ୬ ତାରିଖରେ କାଉଣ୍ଟିଂ ହେବ ଓ ରେଜଲ୍ଟ ପ୍ରକାଶ ପାଇବ। ଗତ ଦୁଇ ଦିନ ଦୀପାବଳି ଓ ମଙ୍ଗଳବାର (ସୂର୍ଯ୍ୟୋପରାଗ) ପାଇଁ ନିର୍ବାଚନ ପ୍ରଚାର ବନ୍ଦ୍ ରହିଥିବା ବେଳେ ଆଜି (ବୁଧବାର) ପୁଣି ପ୍ରଚାର ଆରମ୍ଭ ହେଉଛି। କିନ୍ତୁ ୨୭ ତାରିଖ ଠାରୁ ତିନି ପ୍ରମୁଖ ଦଳ ବିଜେଡ଼ି ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାର ଜୋରଦାର ହେବାକୁ ଯାଉଛି।












Click it and Unblock the Notifications