ଭୁବନେଶ୍ୱରରେ ଦେଖାଯିବନି ଛାଇ, ଜାଣନ୍ତୁ କେତେବେଳେ ଏବଂ କାହିଁକି ହେବ ଏପରି ଘଟଣା

ଭୁବନେଶ୍ୱରରେ ଦେଖାଯିବନି ଛାଇ । ଏମିତି ଏକ ଜ୍ୟୋତିର୍ବିଜ୍ଞାନୀ ଘଟଣା ଦେଖିବାକୁ ମିଳିବ ଆସନ୍ତା କାଲି । ଆପଣ ଯେତେବେଳେ ଆସନ୍ତାକାଲି ବାହାରକୁ ବାହାରିବେ ତେବେ ଖରାରେ ଆପଣଙ୍କ ଛାଇ ଦେଖିବାକୁ ମିଳିବନି ।
ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିବ ଜିରୋ ସ୍ୟାଡୋ ଡେ ତଥା ଶୂନ୍ୟ ଛାୟା ଦିନ । ଚଳିତ ମାସ 21 ତାରିଖରେ ଭୁବନେଶ୍ୱରରେ ଦେଖିବାକୁ ମିଳିବ ଶୂନ୍ୟ ଛାୟା ଦିନ । ପୂର୍ବାହ୍ନ 11.43 ମିନିଟରେ ଭୁବନେଶ୍ୱରରେ ଲମ୍ବ ଆକାରରେ ଥିବା କୌଣସି ବସ୍ତୁର ଛାଇ ଦେଖାଯିବନି । ପ୍ରାୟ ଦୁଇ ମିନିଟ ପର୍ଯ୍ୟନ୍ତ ଏହି ଶୂନ୍ୟ ଛାୟା ସମୟ ରହିବ ।
ଏହା ପରେ ଆସନ୍ତା 22 ରେ କଟକ, 23 ରେ ବଲାଙ୍ଗୀର, 28 ରେ ସମ୍ବଲପୁର ଓ ବୁର୍ଲା, 31 ରେ ବାରିପଦା ଏବଂ ଶେଷରେ ଅର୍ଥାତ୍ ଜୁନ୍ 2 ରେ ରାଉରକେଲାରେ ଏହି ଶୂନ୍ୟ ଛାୟା ଦେଖିବାକୁ ମିଳିବ ।
ଜ୍ୟୋତିର୍ବିଜ୍ଞାନ ଅନୁଯାୟୀ ଏହି ଦିବସ କେବଳ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ଭିତରେ ଥିବା ଅଞ୍ଚଳରେ ହିଁ ଘଟିଥାଏ । ଏଣୁ କନ୍ୟାକୁମାରୀ ଠାରୁ ଭାରତର ମଧ୍ୟଭାଗରେ ଥିବା କର୍କଟ କ୍ରାନ୍ତି ମଧ୍ୟରେ ଥିବା ସବୁ ଅଞ୍ଚଳରେ ଏପ୍ରିଲରୁ ଜୁନ୍ ଓ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ଦୁଇ ଥର ଶୂନ୍ୟ ଛାୟା ଘଟିଥାଏ ।












Click it and Unblock the Notifications