କର୍ଣ୍ଣାଟକ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଅମିତ ଶାହାଙ୍କ ବାସଭବନ ବାହାରେ ଯୁବ କଂଗ୍ରେସର ବିରୋଧ ପ୍ରଦର୍ଶନ

ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି. କର୍ଣ୍ଣାଟକ ମନ୍ତ୍ରୀଙ୍କ ଇସ୍ତଫା ଏବଂ ଗିରଫ ନେଇ ଦାବି କରିଛନ୍ତି ।

ନୂଆଦିଲ୍ଲୀ : ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି. କର୍ଣ୍ଣାଟକ ମନ୍ତ୍ରୀଙ୍କ ଇସ୍ତଫା ଏବଂ ଗିରଫ ନେଇ ଦାବି କରିଛନ୍ତି । କର୍ଣ୍ଣାଟକ ମନ୍ତ୍ରୀ କେଏସ୍ ଇଶ୍ୱରପ୍ପାଙ୍କ ଇସ୍ତଫା ଓ ଗିରଫ ଦାବିକୁ ନେଇ ବିରୋଧ ପ୍ରଦର୍ଶନ ସମୟରେ ଦିଲ୍ଲୀ ପୋଲିସ ଅନେକ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ।

youth congress

କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ କେ.ଏସ୍ .ଶ୍ୱରପ୍ପାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଯୁବ କଂଗ୍ରେସ ଅଭିଯୋଗ କରି କହିଛି ଯେ ସନ୍ତୋଷ ପାଟିଲ ଆତ୍ମହତ୍ୟା କରିବାବେଳେ ତାଙ୍କ ଶେଷ କଥାରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ବିଜେପି ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପାଙ୍କ 40 ପ୍ରତିଶତ କମିଶନ ଦାବି ତାଙ୍କୁ ଏତେ ବଡ ପଦକ୍ଷେପ ଉଠାଇବାକୁ ବାଧ୍ୟ କରିଛି ।

ଆପଣଙ୍କୁ କହି ରଖୁଛୁ କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା ସଂପର୍କରେ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପା ଏବଂ ତାଙ୍କ ସହଯୋଗୀ ବସଭାରାଜ ଏବଂ ରମେଶଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ମନ୍ତ୍ରୀଙ୍କ ବିରୋଧରେ ଏକ ଏଫଆଇଆର ମଧ୍ୟ ରୁଜୁ ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଇଶ୍ୱରପ୍ପାଙ୍କୁ ଡକାଇଛନ୍ତି । ଆତ୍ମହତ୍ୟା ପାଇଁ ପ୍ରରୋଚନା ଦେବା ନେଇ ଇଶ୍ୱରପ୍ପା ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପାଟିଲଙ୍କ ଭାଇ ପ୍ରଶାନ୍ତଙ୍କ ଅଭିଯୋଗରେ ଉଡ୍ଡୁପିରେ ଏହି ମାମଲା ରୁଜୁ ହୋଇଛି ।

ଯଦିଓ ଏହି ମାମଲାରେ ଇଶ୍ୱରପ୍ପା କହିଛନ୍ତି ଯେ ମୁଁ ଏହି ବ୍ୟକ୍ତିଙ୍କୁ କେବେବି ଦେଖି ନାହିଁ କିମ୍ବା ଭେଟି ନାହିଁ । କେନ୍ଦ୍ରକୁ ଲେଖାଯାଇଥିବା ଚିଠିକୁ ଆମ ବିଭାଗକୁ ପଠାଯାଇଥିଲା ଏବଂ ଆମର ମୁଖ୍ୟ ସଚିବ ଅତିକ୍ ଅହମ୍ମଦ ଏହାର ଉତ୍ତର ଦେଇଥିଲେ । ତାଙ୍କୁ ସିଭିଲ୍ କାମ ବଣ୍ଟନ କରାଯାଇଥିବା ଦର୍ଶାଇବା ନେଇ ରେକର୍ଡରେ କିଛି ନାହିଁ । ଦେୟର କୌଣସି ପ୍ରଶ୍ନ ନାହିଁ । ଆମ ବିଭାଗ ମଧ୍ୟ କେନ୍ଦ୍ରକୁ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିଥିବା କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ ମଙ୍ଗଳବାର ଉଡୁପିସ୍ଥିତ ଏକ ଲଜରେ ମୃତ ଅବସ୍ଥାରେ ମିଳିଥିଲେ । ସନ୍ତୋଷ ପାଟିଲଙ୍କ ଭାଇ ପ୍ରଶାନ୍ତ ପାଟିଲ ତାଙ୍କ ଭାଇଙ୍କ ମୃତ୍ୟୁ ପାଇଁ ଇଶ୍ୱରପ୍ପାଙ୍କୁ ଦାୟୀ କରିଛନ୍ତି । ମୋ ଭାଇଙ୍କ ମୃତ୍ୟୁ ପାଇଁ ଇଶ୍ୱରପ୍ପା ଦାୟୀ ବୋଲି ପ୍ରଶାନ୍ତ ପାଟିଲ କହିଛନ୍ତି । କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲଙ୍କଠାରୁ ସେ ଲାଞ୍ଚ ତଥା କମିଶନ ଦାବି କରିଛନ୍ତି । ଏହା ପରେ ସେ ମାନହାନି ମକଦ୍ଦମା ଦାୟର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+