ବିଶ୍ୱକପ୍ ରୁ ପାକିସ୍ତାନ ଆଉଟ୍ ! ଦକ୍ଷିଣ ଆଫ୍ରିକା ଠାରୁ ବି ହାରିଲା...
World Cup 2023: ମଉଳିଲା ପାକିସ୍ତାନର ବିଶ୍ୱକପ୍ ଆଶା । ଆଜି ଦକ୍ଷିଣ ଆଫ୍ରିକା ଠାରୁ ହାରିଛି ପାକିସ୍ତାନ । ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ମଧ୍ୟ ମ୍ୟାଚ୍ ହାତେଇବାରେ ବିଫଳ ହୋଇଛି ପାକିସ୍ତାନ । ଦକ୍ଷିଣ ଆଫ୍ରିକା ପାକିସ୍ତାନକୁ 1 ୱିକେଟ୍ ରେ ପରାସ୍ତ କରି ଦଳ ମ୍ୟାଚ୍ କୁ ନିଜ ନାଁ ରେ କରିଛି ।
ଆଜି ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ 1 ଓ୍ବିକେଟରେ ହରାଇଛି ଦକ୍ଷିଣ ଆଫ୍ରିକା । ଏହା ସହ ପାକିସ୍ତାନ ନିଜର ପରାଜୟ ଧାରା ବଜାୟ ରଖିଛି । ଭାରତ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ଠାରୁ ହାରିଥିବା ପାକିସ୍ତାନ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ହାର୍ ର ସାମ୍ନା କରିଛି ।

ପାକିସ୍ତାନ ବୋଲରଙ୍କ ଭଲ ପ୍ରଦର୍ଶନ ସତ୍ତ୍ୱେ ଶେଷ ଓ୍ବିକେଟ ଯୋଡ଼ିରେ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଜିତିଛି । କର ବା ମର ମ୍ୟାଚ୍ରେ ପାକିସ୍ତାନ ଶେଷ ଯାଏ ସଂଘର୍ଷ କଲା। ଦକ୍ଷିଣ ଆଫ୍ରିକା ହାତକୁ ବିଜୟ ମଧ୍ୟ ଏକପ୍ରକାରର ଛଡ଼ାଇବା ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଶେଷରେ କେଶବ ମହାରାଜ ଚୌକା ମାରି ପାକିସ୍ତାନର ଆଶା ଭାଙ୍ଗି ଦେଇଛି । ଏଥିସହ ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପ ସେମି ଫାଇନାଲ ଦୌଡ଼ରୁ ପାକିସ୍ତାନକୁ ଏକ ପ୍ରକାରର ବିଦା କରିଦେଇଛନ୍ତି ।
6ଷ୍ଠ ମ୍ୟାଚ୍ରୁ କ୍ରମାଗତ 4 ଟି ପରାଜୟ ସହ ପାକିସ୍ତାନ ବିଶ୍ୱକପ ସେମି ଫାଇନାଲରୁ ଏକ ପ୍ରକାରର ବାଦ ପଡ଼ିଛି । ଅପରପକ୍ଷରେ ପାକିସ୍ତାନକୁ ଦକ୍ଷିଣ ଆଫ୍ରିକା ପରାସ୍ତ କରି ଚଳିତ ବିଶ୍ୱକପରେ ପଞ୍ଚମ ବିଜୟ ହାସଲ କରିଛି । ଏଥିସହ ଭାରତକୁ ହଟାଇ ଶୀର୍ଷ ସ୍ଥାନ ଦଖଲ କରିଛି । ନେଦରଲ୍ୟାଣ୍ଡ ଠାରୁ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ହାରିଥିବା ବେଳେ ବାକି 5 ଟି ଯାକ ମ୍ୟାଚ୍ ଜିତିଛି ।
ଚେନ୍ନାଇର ଚେପକରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ସୌଦ ସକୀଲଙ୍କ 52 ରନ ବଳରେ 46.4 ଓଭର୍ରେ ସମସ୍ତ ୱିକେଟ ହରାଇ 270 ରନ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ତାବ୍ରାଇଜ ଶାମିସ 4 ୱିକେଟ ନେଇଥିଲେ । 271 ରନର ପିଛା କରି ଶେଷ ୱିକେଟ୍ ରେ ମ୍ୟାଚ୍ ହାତେଇ ନେଇଛି ।












Click it and Unblock the Notifications