World Cup final 2023: ଫାଇନାଲ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଘାରିଛି ଏହି ଭୟ, ଏହି କାରଣ ପାଇଁ ଚିନ୍ତାରେ କଙ୍ଗାରୁ ଦଳ
World Cup final 2023: ବିଶ୍ୱ କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ ଅପେକ୍ଷାରେ ସାରା ବିଶ୍ୱ । ଭାରତ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ । ଭାରତ ବର୍ତ୍ତମାନ ସୁଦ୍ଧା ଏହି ଟୁର୍ନାମେଣ୍ଟରେ ଅପରାଜିତ ରହିଛି । ଏପର୍ଯ୍ୟନ୍ତ ଏହାର ସମସ୍ତ 10 ଟି ମ୍ୟାଚ୍ ଜିତି ରେକର୍ଡ କରିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଅହମ୍ମଦାବାଦରେ ଫାଇନାଲ୍ ଟିକେଟ୍ ପାଇଛି । ତେବେ ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ ଚିନ୍ତାରେ କଙ୍ଗାରୁ ଦଳ ।

ଭାରତ ଚଳିତ ବିଶ୍ୱକପ୍ ରେ ଏପର୍ଯ୍ୟନ୍ତ ସମସ୍ତ 10 ଟି ମ୍ୟାଚ୍ କେଳି ନିଜର ଦମଦାର ପ୍ରଦର୍ଶନ ସାରା ବିଶ୍ୱକୁ ଦେଖାଇସାରିଛି । ଏଭଳି ସ୍ଥିତିରେ 5 ଥର ବିଶ୍ୱ ବିଜେତା ହୋଇସାରିଥିବା କଙ୍ଗାରୁ ଦଳ ଭାରତର ରଣନୀତିକୁ ସମ୍ନା କରି ଟାଇଟଲ୍ ହାତେଇବା ସହ ଷଷ୍ଠ ଥର ପାଇଁ ଚାମ୍ପିୟନ୍ ହେବାକୁ ଚେଷ୍ଟା କରିବ ।
କିନ୍ତୁ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ କହିଛନ୍ତି ଯେ ଯେତେବେଳେ ତାଙ୍କ ଦଳ ରବିବାର ଦିନ ଭାରତ ବିପକ୍ଷରେ ଫାଇନାଲ ଖେଳିବ ସେତେବେଳେ ସେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦର୍ଶକଙ୍କୁ ଶାନ୍ତ କରିବାକୁ ଚାହୁଁଛନ୍ତି ।
ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କମିନ୍ସ କହିଛନ୍ତି ଯେ ଭାରତ ବିପକ୍ଷରେ ଖେଳିବା ଅତ୍ୟନ୍ତ ମଜାଦାର ହେବ । ସେ ଆଶା କରୁଛନ୍ତି ଯେ ପଡିଆରେ ଦର୍ଶକ ଘରୋଇ ଦଳକୁ ସମର୍ଥନ କରିବେ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ୟାଟ୍ କମିନ୍ସ କହିଛନ୍ତି ଯେ ଏହା ଭାରତ ବିପକ୍ଷରେ ଭଲ ହେବ । ଜନତା ସେମାନଙ୍କ ସହ ରହିବେ ଏବଂ ସେମାନେ ମଧ୍ୟ ଭଳ ଖେଳୁଛନ୍ତି । ତେଣୁ ଏହାକୁ ନଜରରେ ରକି ଆମକୁ ମଧ୍ୟ କେଳିବାକୁ ହେବ ।
ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ କମ୍ ସ୍କୋର ସତ୍ତ୍ୱେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଇଡେନ୍ ଗାର୍ଡେନରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମାତ୍ର 212 ରନ୍ ରେ ଦକ୍ଷିଣ ଆଫ୍ରିକାକୁ ଅଟକାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କମିନ୍ସ କହିଛନ୍ତି ଯେ 2023 ର ପ୍ରାରମ୍ଭିକ ପର୍ଯ୍ୟାୟରେ ପାୱାର୍ ପ୍ଲେ ଓଭରରେ ଷ୍ଟାର୍କ ଏବଂ ହାଜଲଉଡ୍ ଭାରତ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ନୂଆ ବଲ୍ ସହ ଖେଳିବା ପୁଣି ଥରେ ଗୁରୁତ୍ୱପୂର୍ଣ୍ଣ ହେବ ।
କମିନ୍ସ କହିଛନ୍ତି, 'ଷ୍ଟାର୍କ ଯେପରି ବୋଲିଂ କରିଥିଲେ ତାହା ଅତ୍ୟନ୍ତ ଭଲ ଥିଲା । ତାଙ୍କ ଏବଂ ହାଜଲେଉଡଙ୍କ ମଧ୍ୟରେ ପ୍ରାରମ୍ଭିକ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ ହେବ । ଶେଷରେ ଅଧିନାୟକ କହିଛନ୍ତି, 'ଏହି ବିଶ୍ୱକପରେ ଭାରତ ନିଶ୍ଚିତ ଭାବେ ବହୁତ ଭଲ ଖେଳିଛି । ଦର୍ଶକଙ୍କ ଏକପାଖିଆ ସମର୍ଥନ ପାଇବ ଭାରତୀୟ ଦଳ ଏବଂ ତାଙ୍କୁ ନୀରବ କରିବା ସନ୍ତୋଷଜନକ ହେବ ।












Click it and Unblock the Notifications