ବିଶ୍ୱ ଏଡସ୍ ଦିବସ : ସଚେତନତା ଅଭିଯାନ ଚାଲିଥିଲେ ବି ହ୍ରାସ ହାର ଉତ୍ସାହଜନକ ନୁହେଁ
ଲୋକଲଜ୍ୟା ଏବଂ ସେଚତନତା ଅଭାବରୁ ଲୋକ ଏହି ରୋଗକୁ ଲୁଚାଉଛନ୍ତି । ଫଳରେ ରୋଗୀ ଚିହ୍ନଟ ନହେବା ସହ ସଠିକ୍ ଚିକିତ୍ସା ହୋଇପାରୁନାହିଁ । ରାଜ୍ୟର ଏଚ୍ଆଇଭି ରୋଗୀଙ୍କ ହ୍ରାସ ହାର ଏତେଟା ସନ୍ତୋଷଜନକ ପରିଲକ୍ଷିତ ହେଉନାହିଁ ।
ଭୁବନେଶ୍ୱର : ଓଡ଼ିଶାରେ ସଚେତନତା ଅଭିଯାନ ଜାରି ରହିଛି | ଓଡ଼ିଶା ରାଜ୍ୟ ଏଡସ୍ କଣ୍ଟ୍ରୋଲ ସୋସାଇଟିର ପରିସଂଖ୍ୟାନ ଅନୁଯାୟୀ ଯଦିଓ ଏଚ୍ଆଇଭି ପଡିଟିଭ୍ ରୋଗାଙ୍କ ସଂଖ୍ୟା ହ୍ରାସ ପାଇଛି ତଥାପି ହ୍ରାସ ହାର ସନ୍ତୋଷଜନକ ନୁହେଁ | ଓଡ଼ିଶାର ହଜାର ହଜାର ଯୁବକ ଚାକିରୀ ତଥା ଜୀବିକା ଅନ୍ୱେଷଣରେ ପଡୋଶୀ ରାଜ୍ୟକୁ ଯାଉଛନ୍ତି | ବିଶେଷ କରି ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ଏଡ୍ସ ବ୍ୟାପୁଥିବାର ଦେଖାଦେଉଛି | ଏଡ୍ସ ସମ୍ପର୍କରେ ଲୋକଙ୍କୁ ସରକାର ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନେକ ପ୍ରକାର ବିଜ୍ଞାପନ, ହୋର୍ଡିଂ ଏବଂ ଗଣମାଧ୍ୟମ ଜରିଆରେ ସଚେତନ କରାଯାଉଛି | ସେହିପରି ପ୍ରତିବର୍ଷ ଏଡ୍ସ ଦିବସରେ ରାଲି, ସଭା ଆୟୋଜନ କରି ସଚେତନତା ସୃଷ୍ଟି କରାଯାଉଛି, କିନ୍ତୁ ସଂକ୍ରମଣ ହାର ଉତ୍ସାହଜନକ ରହୁନାହିଁ |
ଚଳିତ ବର୍ଷ ଏଡସ୍ ଦିବସର ଥିମ୍ ରହିଛି "Global solidarity, resilient services"। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି | 2030 ସୁଦ୍ଧା ଏଡସ୍ କବଳରୁ ରାଜ୍ୟ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି | ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନୁସାରେ ଏଚ୍ଆଇଭି ପ୍ରାଦୁର୍ଭାବ ହାର ହ୍ରାସ ପାଉଛି ଏବଂ ଆର୍ଟି ସେଣ୍ଟର ଏବଂ ଆଣ୍ଟି-ରେଟ୍ରୋଭାଇରାଲ୍ ଔଷଧ ମାଧ୍ୟମରେ ସେମାନଙ୍କର ସ୍କ୍ରିନିଂ କରାଯାଉଛି |

ଗଞ୍ଜାମ ଜିଲ୍ଲା ଓଡ଼ିଶାରେ 1 ନମ୍ବର
2020 ଅକ୍ଟୋବର ମାସଶେଷ ରିପୋର୍ଟ ଅନୁସାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଚ୍ଆଇଭି ଆକ୍ରାନ୍ତ ହୋଇଛନ୍ତି | ଅକ୍ଟୋବର ମାସ ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ 929 ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 30ଜଣ ଗର୍ଭବତୀ ରହିଥିବା ନେଇ ରାଜ୍ୟ ଏଡସ୍ କଣ୍ଟ୍ରୋଲ ସୋସାଇଟି ପକ୍ଷରୁ ପ୍ରକାଶ କରାଯାଇଛି |
ସେହିପରି ବାଲେଶ୍ୱ ଜିଲ୍ଲାରେ ଏଚ୍ଆଇଭି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି | ବର୍ତ୍ତମାନ ଜିଲ୍ଲାରେ ପ୍ରତ୍ୟେକ ମାସରେ 8ରୁ 10 ଜଣ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି | ଚଳିତ ଅକ୍ଟୋବର ରିପୋର୍ଟ ଅନୁସାରେ ମାସରେ 59 ଜଣ ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ପକ୍ଷରୁ କୁହାଯାଇଛି |ସବୁଠାରୁ ବଡ଼ ଚିନ୍ତାର ବିଷୟ ଆକ୍ରାନ୍ତଙ୍କ ମଧ୍ୟରୁ 99ଜଣ ଶିଶୁ ଅଛନ୍ତି | ବାପା ମାଙ୍କର ଅବହେଳା ଏବଂ ଅସାବଧାନତା ଯୋଗୁଁ ଏପରି ହେଉଥିବା ନେଇ କୁହାଯାଉଛି |
ଅନ୍ୟପକ୍ଷରେ ଏନେକ ଏଚ୍ଆଇଭି ରୋଗୀ ସମାଜର ନିନ୍ଦା ଏବଂ ଅପମାନକୁ ଭୟ କରି ଏହି ରୋଗକୁ ଲୁଚାଉଛନ୍ତି | ଫଳରେ ରୋଗୀ ଚିହ୍ନଟ ନ ହେବା ସହ ଉପଯୁକ୍ତ ଚିକିତ୍ସା ପାଇପାରୁନାହାନ୍ତି | ଏଦିଗରେ ଆହୁରି ସଚେତନତା ଆବଶ୍ୟକ ରହିଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି |












Click it and Unblock the Notifications