ଡାକ୍ତରଖାନାରୁ ଗାଏବ ମହିଳା SI, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ହୋଇଥିଲେ ଭର୍ତ୍ତି
ବଲାଙ୍ଗୀର: ମହିଳା ପୋଲିସ ଏସଆଇଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ମାମଲା । ସେ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ କୁଆଡ଼େ ଗାଏବ ହୋଇଯାଇଛନ୍ତି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗୀର ମେଡିକାଲ କଲେଜର ଇନଚାର୍ଜ ଡାକ୍ତର ସଚଳା ଭୋଇ । ସେ କହିଛନ୍ତି- ଆଡ଼ମିଶନ ବେଳେ ଏସଆଇଙ୍କ ଅବସ୍ଥା ସ୍ଥିର ଥିଲା । ସେ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ । ମାତ୍ର ସକାଳ ରାଉଣ୍ଡରେ ଗଲାବେଳକୁ ଡାକ୍ତରୀ ଟିମ୍ ତାଙ୍କୁ ପାଇ ନଥିଲେ । ମହିଳା ଏସଆଇ ଜଣକ ବର୍ତ୍ତମାନ କେଉଁଠି ଅଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

ସୂଚନାଥାଉକି, ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ଟ୍ରେନି ସବ-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି ମହିଳା । ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ପୋଲିସ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଉଦ୍ଧାର କରି ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରିଥିଲା । ଗତକାଲି ବିଳମ୍ବିତ ରାତିରେ ଏସଆଇ ରହୁଥିବା କ୍ୱାଟରରେ ପ୍ରବଳ ପାଟିତୁଣ୍ଡ ଶୁଣିବାକୁ ମିଳିଥିଲା ବୋଲି ପଡ଼ୋଶୀ କହିଛନ୍ତି ।
ମହିଳା ଏସ୍ଆଇ ସଇଁତଲା ଗୋପବନ୍ଧୁ ପଡ଼ାରେ ଏକ ଭଡାଘରେ ରହୁଥିଲେ । କାହା ସହିତ ଫୋନରେ ପାଟିତୁଣ୍ଡ କରିଥିଲେ କାଜଲ । ତାପରେ ମଶାମରା ତେଲ ଖାଇ ଦେଇଥିବା ଜଣାପଡିଛି । ରାତିରେ ମହିଳା SI ଜଣକ କାହା ସହିତ ଜୋରରେ ପାଟି କରି କଥା ହେଉଥିବାରୁ ଶୁଣିଥିବା ପଡ଼ୋଶୀ କହିଛନ୍ତି । ବୋଧହୁଏ ତାଙ୍କ ବୟଫ୍ରେଣ୍ଡ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ତା ପରେ ବୋଧହୁଏ ସେ ମଶା ମାରିବାର ଲିକ୍ୟୁଡ୍ ପିଇ ଦେଇଥିଲେ ।












Click it and Unblock the Notifications