ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକ ମାଡ଼ ମାରିଥିବା ଅଭିଯୋଗ
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ (ଟୁଟୁ ନାୟକ) । ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏହା ପରେ ପୁଣି ବିବାଦ ଘେରକୁ ଆସିଛନ୍ତି ଟୁଟୁ ନାୟକ ।
ଟୁଟୁ ନାୟକ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ସାମ୍ବାଦିକା ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାମ୍ବାଦିକା ଜଣକ କହିଛନ୍ତି, ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । ମତେ ଟୁଟୁ ନାୟକ କାହିଁକି ମାରିଲେ ମୁଁ ଜାଣିନି । ଝିଅ ହିସାବରେ ମତେ ମାଡ଼ ମାରିବା ତାଙ୍କର ଭୁଲ । କେବଳ ଏତିକି ନୁହେଁ ସାମ୍ବାଦିକାଙ୍କୁ ଗାଳିଗୁଲଜ କରିଥିଲେ । ଟୁଟୁଙ୍କ ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦା ହାନୀ କରିଥିବା ଅଭିଯୋଗ କରିଛନ୍ତି । ଏହାସହ ପ୍ରଯୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ସାମ୍ବାଦିକାଙ୍କ ଅଭିଯୋଗକୁ ନେଇ ଟୁଟୁ ନାୟକଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଟୁଟୁ ନାୟକ କହିଛନ୍ତି, 'ଆଜି ଗୋଟିଏ ଦିନରେ 2ଟା ପ୍ରିମିଅର ସୋ ଥିଲା । 'ସୋ ଦେଖି ବାହାରିବା ବେଳେ ସେ ଗେଟ୍ ମଝିରେ ଠିଆ ହୋଇଥିଲେ । ମୁଁ ତାଙ୍କୁ ସାଇଡ୍ ହୋଇଯାଅ କହି ଟିକେ ମାରିଦେଲି ।
ଥାନାରେ ମହିଳା ସାମ୍ବାଦିକ ଜଣକ ଏତଲା ଦେଲା ପରେ ପୋଲିସ ତନାଘନା ଆରମ୍ଭ କରିଛି ।












Click it and Unblock the Notifications