Get Updates
Get notified of breaking news, exclusive insights, and must-see stories!

ବଢିଲା ଟୁଟୁଙ୍କ ଅଡ଼ୁଆ, ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ମାମଲା ରୁଜୁ କଲା ମହିଳା କମିଶନ

ଭୁବନେଶ୍ୱର: ସାମ୍ବାଦିକାଙ୍କୁ ମାଡ଼ ମାରିବା ମାମଲାରେ ବଢିଲା ଟୁଟୁଙ୍କ ଅଡ଼ୁଆ । ମାମଲା ରଫାଦଫା ହେବା ବଦଳରେ ବଢିଛି ସମସ୍ୟା । ଏହି ଘଟଣାରେ ଟୁଟୁ ନାୟକଙ୍କ ବିରୋଝରେ ନିଜ ଆଡ଼ୁ ମାମଲା ରୁଜୁ କରିଛି ମହିଳା କମିଶନ ।

ଘଟଣା ସମ୍ପର୍କରେ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି ମହିଳା କମିଶନ । 15 ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।

Tutu Nayak

ଅନ୍ୟପଟେ ଡିସିପିଙ୍କୁ ଭେଟି ଅଭିଯୁକ୍ତ ଟୁଟୁ ନାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ରାଜ୍ୟ ମହିଳା ସାମ୍ବାଦିକା ସଂଘ । ମହିଳା ସାମ୍ବାଦିକାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ସଂଘ । ଏଥିସହ ମହିଳା ସାମ୍ବାଦିକାଙ୍କୁ ପାଇଁ ଏକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ପାଇଁ ଦିଗରେ ପୋଲିସ ସହାୟତା ଯୋଗାଇ ଦେବାକୁ ଡିସିପିଙ୍କୁ ନିବେଦନ କରିଛନ୍ତି । ତେବେ ଦାବିପତ୍ର ଗ୍ରହଣ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ନିରପେକ୍ଷ ତଦନ୍ତ କରାଯାଉଛି ଓ ନ୍ୟାୟ ପ୍ରଦାନ କରିବାକୁ ଡିସିପି ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଥାଉକି, ଗତକାଲି ଜଣେ ସାମ୍ବାଦିକା ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଟୁଟୁ ନାୟକ ତାଙ୍କ ଗାଲକୁ ଚାପୁଡ଼ା ମାରିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ନିଜେ ସାମ୍ବାଦିକା ଅଭିଯୋଗ କରିଥିଲେ । କିନ୍ତୁ ଏ ମାମଲାରେ ଟୁଟୁ ନାୟକ ଗତକାଲି ରାତିରେ କ୍ଷମା ପ୍ରାର୍ଥନା କରିବା ସହ ରାସ୍ତାରୁ ହଟିବା ପାଇଁ ଡାକିଥିଲେ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+