ଭୁଲ୍ ଟ୍ରେନ୍ ରେ ଚଢିଯାଇଥିଲେ, ଡେଇଁବା ବେଳେ ପ୍ରାଣ ହରାଇଲେ ମା'
ଟିଟିଲାଗଡ଼: ଜାଣି ନ ପାରି ଭୁଲ୍ ଟ୍ରେନ୍ରେ ଦୁଇ ସନ୍ତାନଙ୍କୁ ଧରି ଚଢ଼ିଯାଇଥିଲେ ମହିଳା । ଏହା ଜାଣିବା ପରେ ଅନ୍ୟ ଷ୍ଟେସନରେ ଓହ୍ଲାଇବାକୁ ଉଦ୍ୟମ କରି ଡେଇଁ ପଡ଼ିଥିଲେ । ଏହି ସମୟରେ ଅକାଳରେ ପ୍ରାଣ ହରାଇଛନ୍ତି ମହିଳା । ତେବେ ମହିଳାଙ୍କ ଦୁଇ ସନ୍ତାନ ସୁରକ୍ଷିତ ଅଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ରେଲୱେ ଷ୍ଟେସନରେ ।

ମିଳିଥିବା ସୂଚନା ଅନୁଯାୟୀ, ଦେଓଗାଁ ଥାନା ଜରାସିଂହା ଗାଁର ଝରଣା ମହାନନ୍ଦ କୌଣସି କାମରେ ନିଜର ଦୁଇ ସନ୍ତାନଙ୍କ ସହ ବଲାଙ୍ଗୀର ଯାଇଥିଲେ ।ସେଠାରୁ କାମ ସାରି ଜରାସିଂହା ଫେରିବା ପାଇଁ ବଲାଙ୍ଗିର ରେଲୱେ ଷ୍ଟେସନକୁ ଆସିଥିଲେ । ଆଉ ଏଠାରେ ଟ୍ରେନ୍କୁ ଅପେକ୍ଷା କରିଥିଲେ । ହେଲେ ଏଠାରେ ଦୀର୍ଘ ସମୟ ପାସେଞ୍ଜର ଟ୍ରେନକୁ ଅପକ୍ଷା କରି କରି ଭୁଲ୍ରେ ଦିନଦୟାଲ ଉପାଧ୍ୟାୟ ବିଶାଖାପାଟଣା ଟ୍ରେନ୍ ଚଢ଼ିଯାଇଥିଲେ । ପରେ ଏକଥା ଜାଣିବା ପରେ ବଡ଼ମାଳ ରେଲୱେ ଷ୍ଟେସନରେ ଟ୍ରେନ୍ ବେଗ କମିବା ଦେଖି ଓହ୍ଲାଇବାକୁ ଚେଷ୍ଟା କରୁଥିବା ସମୟରେ ଡେଇଁ ପଡ଼ିଥିଲେ। ଟ୍ରେନ୍ଟି ତାଙ୍କୁ ପିଟି ଦେଇଥିଲା। ଯେଉଁଥିରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି ।












Click it and Unblock the Notifications